ଓଡିଶା ଖବର

ଲୋଇସିଂହା ରେ ନିର୍ମାଣ ଶ୍ରମିକ ସଚେତନତା ଶିବିର ଏବଂ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ 

ଲୋଇସିଂହା ତା 19.01.24(AKN NEWS): ଓଡିଶା ସରକାର ଙ୍କ ଶ୍ରମ ଏବଂ ନିୟୋଜନ ବିଭାଗ ତରଫରୁ ଲୋଇସିଂହା ଅଗ୍ରସେନ ଭବନ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ନିର୍ମାଣ ଶ୍ରମିକ ହିତାଧିକାରୀ ଏବଂ ପରିବାର ସଦସ୍ୟ ମାନଙ୍କୁ ବିବାହ ସହାୟତା ଟଙ୍କା, ମୃତ୍ୟୁକାଳୀନ ସହାୟତା, ଅନ୍ତେଷ୍ଟିକ୍ରିୟା ଆର୍ଥିକ ସହାୟତା ଟଙ୍କା, ଷ୍ଟାଇପେଣ୍ଡ ବାବଦରେ ଏକ କୋଟି ବାର ଲକ୍ଷ ସତୁରି ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିଲା l ୩00 ନିର୍ମାଣ ଶ୍ରମିକ ମାନଙ୍କୁ ନୁଆଁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା l ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ନବୀନ ଓଡିଶା ବିକାଶ ରେ ନିର୍ମାଣ ଶ୍ରମିକ ମାନଙ୍କ ଗୁରୁତ୍ୱପୁର୍ଣ ଭୂମିକା, ମହାନ ଅବଦାନ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଳିଙ୍ଗ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷl ଶ୍ରୀମତୀ ଦେବକୀ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସଂଯୁକ୍ତା ବରିହା, ଜ଼ିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଉଦବୋଧନ ଦେଇଥିଲେ

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!