ଓଡିଶା ଖବର

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ କ୍ରୀଡା ଉତ୍ସବ ପାଳନ।

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ କ୍ରୀଡା ଉତ୍ସବ ପାଳନ।

ଭବାନୀପାଟଣା/ଭବାନିପାଟଣା ସହର ଉପକଣ୍ଠସ୍ଥ ଚକ୍ରଧର ନଗର ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ବିଦ୍ୟାଳୟ ର ତ୍ରୟୋଦଶ ବାର୍ଷିକ କ୍ରୀଡା ଉତ୍ସବ 2024 ପାଳିତ ହୋଇଯାଇଛି. 26 ଓ 27 ତାରିଖ ଦୁଇଦିନ ବ୍ୟାପି ହେଉଥିବା କ୍ରୀଡା ଉତ୍ସବ ରେ ବିଦ୍ୟାଳୟ ନିର୍ଦ୍ଦେଶକ ପରମା ନନ୍ଦ ନନ୍ଦ ଅଧକ୍ଷତା କରିଥିଲେ. ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାୟକ ଯୋଗ ଦେଇ ଉଦ଼୍ଘାଟନ କରିଥିଲେ. ବିଶିଷ୍ଠ କ୍ରୀଡାବିତ୍ ଜଳେଶ୍ଵର ଗୌଡ,କିଶୋର ଚନ୍ଦ୍ର ସାହୁ,ମେଦିନୀପୁର ଉଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ଉଗ୍ରସେନ ସାହୁ,ଟ୍ରଷ୍ଟୀ ସଦସ୍ଯ ମଧୁସୂଦନ ପ୍ରଧାନ,କଳ୍ପେଶ୍ଵର ପୁରୋହିତ,ସ୍ଵପ୍ନା ପ୍ରଧାନ,ନିହାରିକା ପୁରୋହିତ,ଆଶୁତୋଷ ମୁଣ୍ଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ .ଛାତ୍ରଛାତ୍ରୀ ମାନେ ମଶାଲ ଧରି ଗ୍ରାମ ପରିକ୍ରମା କରି ଚିତାକର୍ଷକ ମାସ୍ ଡ୍ରିଲ ପ୍ରଦର୍ଶନ କରି ପ୍ୟାରେଡ଼ ଅଭିବାଦନ ଜଣାଇ ଥିଲେ. ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କରକମଳ ରେ ପୁଟିଙ୍କ ଦ ସଟପୁଟ ଫିଙ୍ଗି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ..ଲମ୍ବ ଡିଆଁ,ଉଚ ଡିଆଁ,ଡିସକସ ଥ୍ରୋ,100 ରୁ 1500 ମିଟର ପର୍ୟ୍ୟନ୍ତ ଦୌଡ଼ ପ୍ରତିଯୋଗିତା ହୋଇଯାଇଥିଲା. ଏହି କାର୍ଯ୍ୟ କ୍ରମକୁ କ୍ରୀଡା ଶିକ୍ଷକ ମିହିର ଭୋଇ ସମେତ ମନୋରଞ୍ଜନ ପଣ୍ଡା,ସଂଗ୍ରାମ ସିଂ,ଶର୍ମିଷ୍ଠା ପାଠି,ସବିତା ମହାନ୍ତି,ଧରିତ୍ରୀ ପ୍ରଧାନ,ପ୍ରତିଭା ଗଉଡ,ସ୍ନିଗ୍ଧା ପ୍ରିୟ ଦର୍ଶିନୀ ରଣା,ଚିନ୍ମୟ ପଣ୍ଡା,ସୁବ୍ରତ ପଟନାୟକ ରଞ୍ଜନ ବୈଠାରୁ,ତପନ ପ୍ରଧାନ କିଶୋରୀ ସାହୁ,ତୃପ୍ତି ତନ୍ମୟ,ରୁବି ବିଶି,ରେଶମା,ଅରୁଣ ଦାସ,ତୋଫାନ୍ ବାଗ,କୀର୍ତନ ଭୋଇ ପରିଚାଳନା ରେ ସହଯୋଗ କରି ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!