ଶିକ୍ଷକ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

(AKN NEWS):ଧର୍ମଗଡ଼ ବ୍ଲକ ଟିପିଗୁଡ଼ା ଉଚ୍ଚ ବିଦ୍ୟାପିଠର ସଂସ୍କୃତ ଶିକ୍ଷକ କୃଷ୍ଣଚନ୍ଦ୍ର ପୁଷ୍ଟିଙ୍କ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ସ୍ଥାନୀୟ ରାଜୀବ ଗାନ୍ଧୀ ସଭାକେନ୍ଦ୍ର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ୟାମଶୁନ୍ଦର ଅଗ୍ରୱାଲ, ଧର୍ମଗଡ଼ ଏସ ଡି ଯେ ଏମ ଧର୍ମଗଡ଼ର ଷ୍ଟେନୋ ସଞ୍ଜୟ ରାଉତ, ସର୍ଵମଙ୍ଗଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରମୋଦ ମହାନ୍ତି, ଟିପିଗୁଡା ଗୌନ୍ତିଆ ବନ୍ଦକୁମର ନାଏକ,ସମିତିସଭ୍ୟା ପ୍ରତିନିଧି ଚନ୍ଦ୍ର ବାଗ ଯୋଗଦେଇଥିଲେ l
ସମ୍ବର୍ଦ୍ଧନା ସଭାପରେ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଶିକ୍ଷକ ଶ୍ରୀଯୁକ୍ତ ପୁଷ୍ଟିଙ୍କ ଚାକିରୀ ଜୀବନର ସଂଘର୍ଷମୟ କାହାଣୀ ତଥା ଛାଡିଯାଇଥିବା ଅବଦାନ ଉପରେ ଆଲୋକପାତ କରିଥିବାବେଳେ ଶ୍ରୀଯୁକ୍ତ ପୃଷ୍ଟି ମୁଁ ସରକାରୀ ଵିଧି ଅନୁଯାଇ ବିଦ୍ୟାଳୟ ତଥା ଗାଁରୁ ଅବସର ନଉଛି ହେଲେ ଏ ମାଟି ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ l ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତରଫରୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଇଥିବାବେଳେ କେକ କାଟି ଶୁଭ ମନାସି ଥିଲେ l ଶିକ୍ଷକ ଗଣପତି ବୋଡେ଼କଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ପୁରାତନ ଛାତ୍ର କୃଷ୍ଣଦାସ ନାଏକ ପରିଚାଳନା କରିଥିଲେ l
ସଭା ଶେଷରେ ଶ୍ରୀଯୁକ୍ତ ପୃଷ୍ଟି ସାରଙ୍କୁ ଗାଁ ପରିକ୍ରମା କରାଇ ତାଙ୍କର ଜୟଗାନ କରି ଶୁଭ ବିଦାୟ ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଉଗରେସନ ନାଏକ, ଶିକ୍ଷକ ଅବିନାଶ ଦୁର୍ଗା, ସତ୍ୟରାମ ନାଏକ, ଖୁସିରାମ ନାଏକ, ଜଗବନ୍ଧୁ ପଣ୍ଡା, ଉଦ୍ଧବ ବୋଡେ଼କ, ଲୋଭେଶ୍ୱର ବୋଡେ଼କ, କାନ୍ତ ନାଏକ, କୃଷ୍ଣ ଟୋଲଟିଆ ପ୍ରମୁଖ ଉପସ୍ଥିତ ଥିଲେ।
dhramgarh upa khanda ru shyam sundar agrawal AKN NEWS


