ଓଡିଶା ଖବର

ଶିକ୍ଷକ ବିଦ୍ୟାଧର ମେହେର ଙ୍କୁ ଅବସର କାଳୀନ ସମର୍ଦ୍ଧନା

ନୂଆପଡା ୩/୬(AKN NEWS): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗ ଝର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ବିଦ୍ୟାଧର ମେହେର ଙ୍କୁ ୧/୬/୨୦୨୪ରିଖ ଦୀନ ସିନାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସିନାପାଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଯୁକ୍ତ, ପ୍ରସନ୍ନ ମାଝୀ ଙ୍କ ସଭାପତିତ୍ୟ ରେ ଆୟଜିତ ସଭା ରେ ବିଭାଗୀୟ ଅଧିକାରୀ ଶ୍ରୀ ଯୁକ୍ତ, କମଲ ଲୋଚନ ମାଝୀ, ବଶିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ, କୁମୁଦ ବନ୍ଧୁ ଯୋଶୀ, ଭରତ ଚନ୍ଦ୍ର ବାଗ, ଶିକ୍ଷୟତ୍ରୀ ଅସ୍ମିତା ପାଢ଼ୀ, ଅତିଥି ଭାବେ ଜିଲ୍ଲା ସିଟି ସଂଘ୍ ସଭାପତି ପଞ୍ଚାନନ ଖମାରୀ, ମୂଖ୍ୟ ବକ୍ତା ଭାବେଯୋଗଦାନ କରି ବିଦାୟୀ ଶିକ୍ଷକ ଶ୍ରୀ ମେହେର ଙ୍କ ଶିକ୍ଷକତା ଜୀବନ ଓ ସାଙ୍ଗ ଠା ନିକ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ। ଏହି ଅବସର ରେ ଶ୍ରୀ ମେହେର ଙ୍କୁ ମାନ ପତ୍ର ଓ ଉପ ତୈ। କନ୍ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ବଶିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ହୃଦାନନ୍ଦ ମେହେର ମଞ୍ଚ ପରିଚାଳନା କରି ଥିଲା ବେଳେ ଶିକ୍ଷକ କିଶୋର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଉପସ୍ଥିତ ଶିକ୍ଷକ ତଥା ଶିକ୍ଷା ପ୍ରେମୀ ବିଦାୟୀ ଶିକ୍ଷକ ଙ୍କୁ ଏକ ବିରାଟ ପଟୁଆର ସହ ଘୋଡ଼ା ଗାଡ଼ି ରେ ତାଙ୍କ ବାସ ଭବନ କୁ ଛାଡିଥିଲେ। ଶିକ୍ଷକ ମହେନ୍ଦ୍ର ହରିଜନ, ରୁଦ୍ର ଵୈ ଠାରୁ, ପଦ୍ମ ଲୋଚନ ନା ଏକ, ରିତାଞ୍ଜଳି ଚାନ୍ଦ, ସନ୍ତୋସିନୀ ମେହେର, ପ୍ରମୂଖ ଗୁଣ ଗାନ କରି ଥିଲେ। ଏହି ଅବସର କାଳୀନ ସମ୍ବର୍ଦ୍ଧନା ରେ ସିନାପାଲି ବ୍ଲକ ର ସମସ୍ତ କ୍ଳଷ୍ଟର ରୁ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାନା ରେ ସହଯୋଗ କରିଥିଲେ

ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!