ଓଡିଶା ଖବର

ଶୁଭାରମ୍ଭ ହେଲା ଷ୍ଟପ ଡାଇରିଆ ଅଭିଯାନ।ଆଶା କର୍ମୀ ସ୍ବାସ୍ଥ୍ୟ ସଚେତନତାର ବ୍ରାଣ୍ଡ ଆମ୍ବାସଡର:ସାଂସଦ ଡା ପାତ୍ର

ପୁରୀ(AKN NEWS):ଆଶା କର୍ମୀ ମାନେ ସ୍ବାସ୍ଥ୍ୟ ସଚେତନତାର ବ୍ରାଣ୍ଡ ଆମ୍ବାସଡର।ସେମାନଙ୍କ ସେବା ଓ ଲୋକ ମାନଙ୍କୁ ସଚେତନତା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଛି ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଷ୍ଟପ ଡାଇରିଆ ଅଭିଯାନର ଶୁଭାରମ୍ଭ କରିଥିଲେ ସାଂସଦ ଡା ପାତ୍ର।ଏହି ଅବସରରେ ସଚେତନତା ପ୍ରଚାର ପତ୍ର କୁ ଉନ୍ମୋଚନ କରି ଡା ପାତ୍ର ଦୂଷିତ ଜଳ ଓ ଖାଦ୍ୟ ଯୋଗୁଁ ଡାଇରିଆ ର ସମ୍ଭାବନା ରହିଥାଏ ବୋଲି କହିଥିଲେ।ବର୍ତ୍ତମାନ ଯାଜପୁର ଜିଲ୍ଲା ସହ ଅନ୍ୟ କେତେକ ଜିଲ୍ଲାରେ ଡାଇରିଆ ର ପ୍ରକୋପ ଦେଖା ଦେଇଛି।ଆମେ ସମସ୍ତେ ବର୍ତ୍ତମାନ ଠାରୁ ସତର୍କ ହେଲେ ଓ ଅନ୍ୟ ମାନଙ୍କୁ ସଚେତନ କରାଇଲେ ଡାଇରିଆ କୁ ପ୍ରତିହତ କରି ପାରିବା।ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିବା ସହ ସମସ୍ତ ଜଳ ଉତ୍ସ ବିଶୋଧନ କରାଇବା, ଓଆରଏସ, ହାଲୋଜିନ,ଜିଙ୍କ ଇତ୍ୟାଦି ବଣ୍ଟନ ଓ ବ୍ୟବହାର ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।ଆଶା କର୍ମୀ ମାନେ ତୃଣ ମୂଳ ସ୍ତରରେ ଜଣେ ଜଣେ ଶ୍ରେଷ୍ଠ ସୈନିକ।ସେମାନଙ୍କ ମାଧ୍ୟମରେ ଆମେ ସ୍ବାସ୍ଥ୍ୟ ସେବାକୁ ଅଧିକ ସକ୍ରିୟ କରି ପାରିବା।ଆଜିର ବିଜ୍ଞାନ ଓ ବୈଷୟିକ ଦକ୍ଷତା ସମୟରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି ସହ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ସାଧାରଣ ରେ ସୂଚିତ କରିବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ।ସିଡିଏମଓ ଡ ଅକ୍ଷୟ କୁମାର ଶତପଥୀ ଜିଲ୍ଲାରେ ଡାଇରିଆ ର ସ୍ଥିତି, ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମଓ ଡା ବିନୋଦ କୁମାର ରଥ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜଗତସିଂହପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି ରାକେଶ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଶେଷରେ ମୁଖ୍ୟ ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଚେତନତା ଅଭିଯାନ ଆଜି ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ।ଏହା ପୂର୍ବରୁ ଚଳିତ ମାସ ୨ ତାରିଖ ଠାରୁ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରହିଥିଲା।ପରେ ସାଂସଦ ଡା ପାତ୍ର ଚିକିତ୍ସାଳୟ ପରିଦର୍ଶନ କରିବା ସହ ପରିସ୍କାର ପରିଛନ୍ନତା ଓ ସ୍ବଛତା ପ୍ରତି ସର୍ବାଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!