ଓଡିଶା ଖବର

ଶୈଖିକ ବାତାବରଣକୁ ନଷ୍ଟ କରୁଛି ଏବିଭିପି 

ଭବାନୀପାଟଣା(AKN NEWS):ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିଛି । ଆଗକୁ ଛାତ୍ର ସଂସଦ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳର ଛାତ୍ର ସଂଗଠନ ସକ୍ରିୟ ହେବାରେ ଲାଗିଛନ୍ତି। ଏ ନେଇ ମାହୋଲ ଆଗକୁ ସରଗରମ ହେବାର ସମ୍ଭାବନା ରହିଛି। ଏ ଭିତରେ ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଶୈଖିକ ବାତାବରଣକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଷ୍ଟ କରିବାକୁ ଚେଷ୍ଟା କରୁଛି ବୋଲି ଛାତ୍ର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ବିଶ୍ବବିଦ୍ୟାଳୟର ସମସ୍ତ କାନ୍ଥରେ ଏଭିବିପି ତାର ପୋଷ୍ଟର ଓ ହାତ ଲେଖା ପେଣ୍ଟିଂ କରିବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର । ବିଶ୍ବବିଦ୍ୟାଳୟକୁ ଆମେ ସବୁଜ ଓ ସ୍ବଚ୍ଛ ପାଇଁ ପଦକ୍ଷେପ ନେଉଥିବା ବେଳେ କିଭଳି ଭାବରେ ବିଜେପି ସହ ଜଡ଼ିତ ଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ଶାଖା ବିଶ୍ବବିଦ୍ୟାଳୟ କ୍ୟାମ୍ପସର କାନ୍ଥରେ ଏଭଳି ଘୃଣ୍ୟ କାର୍ଯ୍ୟ କରୁଛି ବୋଲି ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଏହା ଦ୍ଵାରା ବିଶ୍ବବିଦ୍ୟାଳୟରେ ଶୈଖିକ ବାତାବରଣ ନଷ୍ଟ ହେବାସହ ବିଶ୍ବବିଦ୍ୟାଳୟ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଏ ନେଇ ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କୁ ଓ୍ବର୍ଟସେପ ଜରିଆରେ ଅବଗତି କରାଯାଇଛି । ଏଣୁ ଆମେ ଆଶା କରୁଛୁ କତୃପକ୍ଷ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଛାତ୍ର ବିଜେଡି କହିଛି ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!