ଓଡିଶା ଖବର

ସଂଗ୍ରାହାଳୟରେ ନେତାଜୀଙ୍କ ଜୟନ୍ତୀ ପାଳିତ।

ପୁରୀ ୨୩/୧ (AKN NEWS): ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ଅବସରରେ ଆଜି ପୁରୀର ଗୋପାଳ ବଲ୍ଲଭ ରୋଡସ୍ଥିତ ନେତାଜୀ ସଂଗ୍ରାହାଳୟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସଂଗ୍ରାହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ପରେ ସଂଗ୍ରାହାଳୟ ବୁଲି ଦେଖିବା ସହ ଭିତ୍ତିଭୂମି ର ବିକାଶ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,।ଆଇନଜୀବୀ ଶିବ ପ୍ରସାଦ ମିଶ୍ର, ଡା ବିପିନାନନ୍ଦ ମିଶ୍ର, ବରିଷ୍ଠ ପତ୍ରକାର ବିଷ୍ଣୁ ଦତ୍ତ ଦାସ,ଜଗନ୍ନାଥ ଦେବ,ଜ୍ୟୋତି ପ୍ରକାଶ ନାୟକ, ନୀଳକଣ୍ଠ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!