ଓଡିଶା ଖବର

ସଇଁତଲା ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଘାଟିତ.

(AKN NEWS): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥାନୀୟ ହାଟପଦା ପରିସରରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…ଏଥିରେ ବିଡିଓ ବିନୟ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ମୋନିକା ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ବେ ଟିଟିଲାଗଡ଼ ଡିଏଭି କଲେଜ ପୂର୍ବତନ ଅଧକ୍ଷ ଡ.ଶିବପ୍ରସାଦ ବେହେରା, ସଇଁତଲା ସରପଞ୍ଚ ଇଂ. ସୁବ୍ରତ ନାଗ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ପ୍ରମୋଦ ଭୋଇ, ଡ଼ ରିତାରାଣୀ ହାତୀ, ବ୍ଳକ ଉପାଧ୍ୟକ୍ଷ ଗୁଣ ସାଗର ମାଝି, ମହୋତ୍ସବର ଉପସଭାପତି ପରେଶ ସାହୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଯୋଗଦେଇଥିଲେ ଏବିଡିଓ ଉପେନ୍ଦ୍ର ମାଝି ସଭା ସଂଯୋଜ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଡିଓ ଶ୍ରୀ ଭୋଇ, ଥାନାଧିକାରୀ ସୁଶାନ୍ତ ବଢ଼େଇ, ଆଇନଜୀବୀ ସୁବୋଧ ମିଶ୍ର, ବିଏସଏସଓ ଭାନୁପ୍ରତାପ ଭୋଇ, ସଂଗ୍ରାମ ମିଶ୍ର, ତହସିଲଦାର ଆଶିଷ ଏକ୍କା, ଶିକ୍ଷାବିତ ଗୌତମ କ୍ଷେତି ପ୍ରମୁଖ ଯୋଗଦେଇଥିଲେ। କଲା ସଂସ୍କୃତି ପରାମ୍ପରା କୁ ବଞ୍ଚେଇ ରଖିବା ସହ ଗ୍ରାମାଞ୍ଚଲରେ ଲୁଚି ରହି ଥିବା ପ୍ରତିଭା ମାନଙ୍କ କଲାକୁ ପ୍ରଦର୍ଶନ ପାଇଁ ଇଏ ଏକ ଉପଯୁକ୍ତ ମଞ୍ଚ ବୋଲି ଅତିଥି ମାନେ ମତ ବ୍ୟକ୍ତ ଦେଇଥିଲେ…ରାଜ୍ୟ ସରକାର କଲା କାର ମାନଙ୍କୁ ଗୁରୁତ୍ୱ ଦେବା ସହ କଲା କାର ମାନ ଙ୍କ କଲା କିଭଳି ଭାବେ ଆଗକୁ ପ୍ରଚାର ପ୍ରସାର ହେବ ସେନେଇ ଗୁରୁତ୍ୱ ମଧ୍ୟ ଦେଉଛନ୍ତି…. ଏହି ଅବସରରେ ବିଭିନ୍ନ କଲା କାର ମାନେ ତାଙ୍କର କଲା ପ୍ରଦର୍ଶନ କରି ଥିବାବେଲେ…ଏହି ଅବସରରେ ସମସ୍ତ ସମିତି ସଭ୍ୟ,ସଭ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ…ସେହିପରି ବ୍ଳକର ସମସ୍ତ ସାମ୍ବାଦିକ, ରକ୍ତଦାତା, ସାମାଜିକ କର୍ମୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା..

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!