ଓଡିଶା ଖବର

ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ନୂଆପଡା ଜିଲ୍ଲା ଖରିଆର ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଯୋଜନା ଅନୁସାରେ ଖଡ଼ିଆଳ ସଙ୍କୁଳ, ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ଭୁଲିଆ ସିକୁଆଁ ଠାରେ ଉଦ୍ ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ହରିହର ମେହେର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ସମ୍ମାନିତ ଅତିଥି ରୂପେ ଲିଙ୍ଗରାଜ ମେହେର, ବିନୋଦ କୁମାର ମେହେର ଯୋଗ ଦେଇଥିଲେ। ଇନ୍ଦ୍ରମଣି ପାଣିଗ୍ରାହୀ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତରେ ସ୍ଵ ଜାଗରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ସଙ୍କୁଳ ସଂଯୋଜକ ସନାତନ ମିଶ୍ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶିବରାମ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ସଙ୍କୁଳ ଅନ୍ତର୍ଗତ ୧୦ ଟି ବିଦ୍ୟାଳୟରୁ ୧୨୦ ରୁ ଉର୍ଦ୍ଧ୍ବ ଗୁରୁଜୀ ଗୁରୁମା , ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ, ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଛନ୍ତି। ଗୁରୁଜୀ ଗୁରୁମାଙ୍କ ଶୈକ୍ଷିକ ବିକାଶ ଦୃଷ୍ଟିରୁ ଆଗାମୀ ତିନି ଦିନ ଧରି ବିଭିନ୍ନ ଶୈକ୍ଷିକ ବିଷୟର ଆଲୋଚନା ଏହି କାର୍ଯ୍ୟକ୍ରମ ଚାଲିବ ।

Om prakash Chaudhary AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!