ଅନନ୍ୟ

ସଦଭାବନା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି

ସଦଭାବନା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଛି

AKN NEWS –ଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଳମପୁରସ୍ଥିତ ନେତାଜୀ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଡ. ଭୀମରାଓ ଆମ୍ବେଦକର ଷ୍ଚେଚ୍ୟୁ ପରିସର ଠାରେ ଭାରତରତ୍ନ ଡ. ଆମ୍ବେଦକରଙ୍କ ପୁଣ୍ୟତିଥି ସମାରୋହ ସହ ସଦଭାବନା ସମାବେଶ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ନିରୀକ୍ଷକ ମୋହନ ସୁନ୍ଦର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡାଙ୍ଗି, ସମ୍ମାନୀତ ଅତିଥି ଭାବେ ଗଙ୍ଗାଧର ମାଝୀ, ବିଇଓ ମଧୁସ୍ମିତା ନାଏକ, ସିଡିପିଓ ନିର୍ବାସିନୀ ଦେଇ, ଶିକ୍ଷାବିତ ବସନ୍ତ ନାଏକ, ସତ୍ଯନାରାୟଣ ରାଜପୁତ, ସମାଜସେବୀ ଉଚ୍ଛବ ଚରଣ ସାହୁ, ଚତୁର୍ଭୁଜ ପଣ୍ଡା, ଘନଶ୍ୟାମ ନାଏକ, ମହେନ୍ଦ୍ରନାଥ ସାହୁ, ଯୁବକବି ରଜତ ବଂଶଲ, ଥାନା ଅଧିକାରୀ ଶେଖର ଚରଣ ଜେନା, ରାଜେଶ ଶର୍ମା, ପ୍ରିୟା ରାଜଗୁରୁ ପ୍ରମୁଖ ଯୋଗଦାନ କରି ବାବାସାହେବଙ୍କ ତ୍ୟାଗପୁତ ଜୀବନୀ ଉପରେ ଆଲୋକପାତ କରିବା ସହ ଶୋଷଣମୁକ୍ତ ସମାଜ ଗଠନରେ ତାଙ୍କର ଭୂମିକା ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ମାଝୀ ସଂଯୋଜନା କରିଥିବା ବେଳେ ଶଙ୍କର ପ୍ରସାଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସଭାପତି ସଂଜୀବ କୁମାର ଠାକୁର ଲକ୍ଷ୍ଯ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଲଲିତ କୁମାର ବିଶି ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଅବସରରେ କଲମପୁର ଏବଂ ଆଖପାଖ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ, ବିଧବା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂଗଠନ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ସଦସ୍ଯ ବେଦପ୍ରକାଶ ପଣ୍ଡା, ଗିରିଶ୍ବେର ସାହୁ, ଇଶ୍ବରୀ ରାଜପୁତ, କୈଳାସ ଚନ୍ଦ୍ର ସାହୁ, ଦୈତାରି ବାରିକ, ଶିବାଜୀ ଚିନ୍ଦା, ବିବେକାନନ୍ଦ ରଣା, ମୂରଲୀଧର ସାହୁ, ମୁକୁନ୍ଦ ଟେଣ୍ଡକାରୀ, ଦୁଷ୍ମନ୍ତ ଛତ୍ରିଆ, ହରେକୃଷ୍ଣ ସାହୁ ସମେତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!