*ସବୁଙ୍କ ସୁଖ ଦୁଃଖ ର ସହଭାଗୀ ହେଉଛନ୍ତି ମୋତିଗାଁ ପଂଚାୟତ ସମିତି ସଭ୍ୟ ତ୍ରିଲଚନ ଧାକଡ଼*

କୋଷାଗୁମୁଡା (AKN NEWS):ଆଜିର ଦିନରେ କିଏ କାହା ପାଇଁ ନାହିଁ ଯିଏ ଯା କାମ ଧାମ ରେ ବ୍ୟସ୍ତ କାହାକୁ ଆଉ ଟିକେ ସମୟ ନାହିଁ ଅନ୍ୟର ଦୁଃଖ ବୁଝିବା ପାଇଁ। ଗରିବ ଖଟିଖିଆ ଠାରୁ ଆରମ୍ବ କରି ସମାଜ ର ବଡ଼ ନାମୀ ଦାମୀ ଙ୍କ ପାଖେ ବି ଟିକେ ଲକଙ୍କ ଦୁଃଖ ଶୁଣିବା ପାଇଁ ସମୟ ନାହିଁ ଏଭଳି ଅଭାବୀ ସମୟରେ ଲକଙ୍କ ସେବା କରି ଖୁସି ଅନୁଭବ କରୁଛନ୍ତି ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ଼। ତାଙ୍କର ଏଭଳି ସାହାଯ୍ୟ ସହଯୋଗ ର ମନଭାବ ପାଇଁ ଅଂଚଳବାସୀ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ କୋଷାଗୁମୁଡା ବ୍ଲକ ର ବିଭିନ୍ନ ପଂଚାୟତ ରୁ ଲୋକେ ନିଜ ନିଜ ବ୍ୟକ୍ତିଗତ ସମସ୍ୟା ହେଉ ବା ଆଞ୍ଚଳିକ ସମସ୍ୟା ନେଇ ଆସନ୍ତି ଏବଂ ସଦର ମହକୁମା ରେ ରହିଥିବା ବିଭିନ୍ନ ସରକାରି କାର୍ଯ୍ୟାଳୟ ରେ ଦିନ ତମାମ କାମ ହାସଲ କରିବା ପାଇଁ ଲାଗି ରହନ୍ତି। ଗରିବ ନିରିହ ଆଦିବାସୀ ଲୋକେ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଏ ଅଫିସ ସେ ଅଫିସ ବୁଲି ବୁଲି ରହୁଥିବା ବେଳେ ସେମାନଙ୍କ ସମସ୍ୟା ର ସମାଧାନ ବେଳେ ବେଳେ ଅଟକି ରହିଥାଏ। ଫଳରେ ଦୂର ଦୁରାନ୍ତ ରୁ ଆସିଥିବା ଲକେ ନାଇନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ସାହାରା ସାଜିଛନ୍ତି ମୋତିଗାଁ ପଂଚାୟତ ସମିତି ସଭ୍ୟ ତ୍ରିଲଚନ ଧାକଡ଼। ସେ ପ୍ରତ୍ୟକ ଦିନ ବ୍ଲକ କାର୍ଯ୍ୟାଳୟ ରେ ହେଉ ବା ବିଭିନ୍ନ ସରକାରି କାର୍ଯ୍ୟାଳୟ କୁ ଯାଇ ଲକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରୁଥିବା ପ୍ରାୟ ଦେଖିବାକୁ ମିଳେ। ନିରହି ଗରିବ ଙ୍କ ପାଖେ ଯଦି ଟଙ୍କା ପଇସା ଅଭାବ ବା କାଗଜ ପତ୍ର କରିବା ପାଇଁ କିଛି ସାହାଯ୍ୟ ର ଆବଶ୍ୟକ ପଡେ ତେବେ ଶ୍ରୀ ଧାକଡ଼ ନିଜ ଟଙ୍କା ଖର୍ଚ୍ଚ କରି ଲକଙ୍କ ପାଇଁ ଛିଡା ହେଉଥିବା ମଧ୍ୟ ଲକେ କହୁଥିବା ଶୁଣିବାକୁ ମିଳୁଛି। କାହାକୁ ବାଧ୍ୟ୍ୟକ ଭତ୍ତା ତ କାହାକୁ ଆଧାର କାର୍ଡ କରିବା ବା ଆଉ କାହାକୁ ଚାଉଳ କାର୍ଡ କରିବା ବା ଆବାସ ଯୋଜନା ରେ ନାମ ଲେଖାଇବା ପାଇଁ ସେ ସବୁବେଳେ ତତ୍ପରତା ଦେଖାଇ ସରକାରି ବାବୁ ଙ୍କ ପାଖକୁ ଯାଇ ଲକ ଙ୍କ ସମସ୍ୟା ଶୀଘ୍ର ସମାଧାନ କରିବା ପାଇଁ ସୁପାରିଶ କରିଥାନ୍ତି ଏବଂ ସେମାନଙ୍କ ଅଟକି ରହିଥିବା କାମ ହାସଲ କରି ସେମାନଙ୍କ ମୁହଁ ରେ ହସ ଫୁଟାଇବା ରେ ସଫଳ ହଇଥାନ୍ତି। ଶ୍ରୀ ଧାକଡ଼ ଙ୍କ ମହାନତା ପାଇଁ ଆଜି କୋଷାଗୁମୁଡା ବ୍ଲକ ଅଧିନସ୍ତ ୨୬ ଗଟି ପଂଚାୟତ ରେ ସେ ବେଶ ପରିଚୟ ହାସଲ କରିଥିବା ଦେଖିବାକୁ ମିଳୁଛି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


