ଓଡିଶା ଖବର
ସମୀକ୍ଷା ବୈଠକ

ଭୁବନେଶ୍ୱର (AKN NEWS):ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରି ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ମାସିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂ ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ପ୍ରକଳ୍ପ କାର୍ଯ୍ଯର ଅଗ୍ରଗତି ସମୀକ୍ଷା କରିଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁ
ଖ୍ୟମନ୍ତ୍ରୀ ସଡକ, ଗ୍ରାମ୍ଯ ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଆସନ୍ତା ଜାନୁଆରୀ ୧୦ ତାରିଖ ସୁଦ୍ଧା ଚୁଡାନ୍ତ କରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱର ରୁ ଖୋର୍ଦ୍ଧା ଜିଲ୍ଲା ବ୍ୟୁରୋଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


