ସମ୍ବଲପୁରରେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ।

ସମ୍ବଲପୁରରେ ବ୍ଲକ୍ ସ୍ତରୀୟ ପରାମର୍ଶ ଶିବିର ।
ଓଡିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧୁକରଣ (OSDA) ତଥା ଜିଲ୍ଲା ପ୍ରଶାସନ, ସମ୍ବଲପୁର ତରଫରୁ ତା. ୨୦.୧୨.୨୦୨୪ ରୁ ତା ୦୭.୦୧. ୨୦୨୫ ସମସ୍ତ ବ୍ଲକ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହେଉଅଛି । ଭକ୍ତ ପରାମର୍ଶ ଶିବିରରେ ଦଶମ ପାସ ତଥା ଦଶମ ପରୀକ୍ଷାର୍ଥୀ, ୧୪ ବର୍ଷରୁ ଊଦ୍ଧ ସମସ୍ତ ଯୁବକ / ଯୁବତୀ ମାନଙ୍କ ପାଇଁ ସରକାରୀ ଆଇ.ଟି.ଆଇ. / ସରକାରୀ ଡିପ୍ଲୋମାରେ ନାମ ଲେଖାଇବା ପାଇଁ ପରାମର୍ଶ ତଥା ଇଚ୍ଛା ପ୍ରଦାନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଅଛି ।
ଏତତ୍ ବ୍ୟତୀତ ନିଯୁକ୍ତି ଆଶାୟୀ ୧୮ ବର୍ଷରୁ ୩୫ ବର୍ଷରେ ଥିବା ପ୍ରାର୍ଥୀ / ପ୍ରାର୍ଥୀନୀ ମାନଙ୍କ ପାଇଁ ବିଭିନ୍ନ ନିଃଶୁକ୍ଳ ତାଲିମ ପ୍ରଦାନକାରୀ ସଂସ୍ଥା ମାନଙ୍କ ଦ୍ୱାରା ସ୍ବଳ୍ପ ଅବଧ ତାଲିମ ଓ ତାଲିମ ପରେ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ଦରଖାସ୍ତ ମଧ୍ୟ ଗ୍ରହଣ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ଗତ ୨୦ ତାରିଖରେ ବାମରା ବ୍ଲକ ରୁ ଆରମ୍ଭ ହୋଇଥିବା ବେଳେ ନାକ୍ତିଦେଉଲ ଓ ମାନେଶ୍ୱର ବ୍ଲକ୍ ରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କେନ୍ଦ୍ର ସଫଳତାର ସହ ଆୟୋଜନ କରାଯାଇଥିଲା | ଯାହାକି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀଯୁକ୍ତ ଶଙ୍କର ଚରଣ ମୁର୍ମୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରତି ବ୍ଲକ ରେ 200 ରୁ ଉର୍ଦ୍ଧ ଆଶାୟୀ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ବାମରା ବ୍ଲକ ଚେୟାରମ୍ୟାନ,ନାକ୍ତିଦେଉଲ ଓ ମାନେଶ୍ୱର ରେ BDO ମଧ୍ୟ ଉପସ୍ଥିତ ଥିଲେ | ଆଗକୁ ଅନ୍ୟ ବ୍ଲକ୍ ରେ ମଧ୍ୟ ହେବ।
