ସରକାରୀ ଆଇଟିଆଇ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ଓ ସଚେତନ କାର୍ଯ୍ୟକ୍ରମ। ଯୁବ ଓଡ଼ିଆ , ନବୀନ ଓଡ଼ିଶା ଅନ୍ତର୍ଗତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।

ଦାରିଙ୍ଗବାଡ଼ି ,୨୪/୧୨ (AKN News): ସରକାରୀ ଆଇଟିଆଇ ଅନୁଷ୍ଠାନ ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସ୍ୱଚ୍ଛତା ଏବଂ ସଚେତନତା ନେଇ ଏକ କାର୍ଯ୍ୟକ୍ରମ ଶନିବାର ଆୟୋଜିତ ହୋଇଥିଲା। ଅନୁଷ୍ଠାନ ର ତାଲିମ ଅଧିକାରୀ ଲିଙ୍ଗରାଜ ସାହୁ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଅଧ୍ୟାପକ ଭୁପେନ ପୃସେଟ ଓ ଅନିଲ କୁମାର ବେହେରା ଅଧ୍ୟାପିକା ଶେଲି ଡାକୁଆ ଏଥିରେ ପରିଚାଳନା କରିଥିଲେ। ଅଧ୍ୟାପକ ଅଧ୍ୟାପିକା ଏବଂ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଦାରିଙ୍ଗବାଡ଼ି ବଜାର ପରିକ୍ରମା କରି ହେଲମେଟ ପିନ୍ଧି ବାଇକ ଚଳାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ହାତରେ ସମସ୍ତେ ପ୍ଲାଗ କାର୍ଡ ଧରି ବିଭିନ୍ନ ସଚେତନତା ର ନାରା ଦେଇ ବଜାର ପରିକ୍ରମା କରିଥିଲେ। ଶେଷରେ ମେଡ଼ିକାଲ ସମ୍ମୁଖରେ ଥିବା ଅଳିଆ ଆବର୍ଜନା ସଫା ସୁତରା କରି ସଚେତନତା ବାର୍ତ୍ତା ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି କରିଥିଲେ। ଏହା ଜନ ସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News


