ଓଡିଶା ଖବର

ସରସ୍ବତୀ ଵିଦ୍ୟା ମନ୍ଦିର ରେ ସ୍ଵଭାଵ କବି ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବର୍ଷିକୀ ଓ ପୁରସ୍କାର ବିତରଣ 

କୁଚିଣ୍ଡା :21/9(AKN NEWS): କୁଚିଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ସଭା ଗୃହରେ ପରିଚାଳନା କମିଟି ସଭାପତି ପ୍ରମୋଦ ପଟେଲଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି ।

ଏଥିରେ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା, ସାମାଜିକ କର୍ମୀ ବିଜୁ ସାହୁ ସମ୍ମାନିତ ଅତିଥି ଓ ଶିକ୍ଷକ ଡିଲେଶ୍ୱର ସାହୁ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ସ୍ୱଭାବ କବିଙ୍କ ସାହିତ୍ୟରେ ଦେଶ ପ୍ରେମ ଭାବ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷଣ ବେହେରା, ଅସୀମ ପଟେଲ,ଜ୍ଞାନେନ୍ଦ୍ର ପ୍ରସାଦସିଂ , ନିକି ପଣ୍ଡା ନିହାର ବଳ ନାଥ ପ୍ରମୁଖ ପରିଚାଳନା କମିଟି ସଭ୍ୟ ଓ ପୁରାତନ ଛାତ୍ର ମଧ୍ୟ ମଂଚାସୀନ ରହି କବିଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ସରୋଜ ଶତପଥୀ ସ୍ୱାଗତ ଭାଷଣ ସହ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ।ସହକାରୀ ଶିକ୍ଷକ ସଚିକାନ୍ତ କରସେଲ ସଂଯୋଜନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ପ୍ରଦୀପ କୁମାର ହାତୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଆୟୋଜିତ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଶେଷରେ ସହକାରୀ ପ୍ରଧାନ ଆଚାର୍ଯ୍ୟ ପ୍ରଣବ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ସ୍ଵଭାଵ କବିଙ୍କ ସାହିତ୍ୟ ଓ ଜୀବନୀ ଉପରେ ଛାତ୍ର, ଛାତ୍ରୀ ନିର୍ମଳା ପଟେଲ, ତପସ୍ୟା ଦ୍ବିବେଦୀ, ପ୍ରତ୍ୟୁଷ ନାୟକ, ରୀତିକା ବେହେରା, ରିୟାନ ରୋଶନ ସାହୁ, ଅନ୍ଵେଷା ପଟେଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରେ ଅତିଥି ମାନଙ୍କ ସହ ଗୁରୁ, ଗୁରୁମା ସ୍ୱେଚ୍ଛାତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଵିଦ୍ୟା ମନ୍ଦିର ପରିସର ସଫେଇ କରାଯାଇଥିଲା । ଏହାକୁ ପ୍ରଫୁଲ୍ଲ ସାହୁ ପରିଚାଳନା କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!