ସର୍କଲ କ୍ରିକେଟ ଟୁର୍ନାମେଣ୍ଟ ରେ କୁଟୁରାମୁଣ୍ଡା ବିଜୟୀ

(AKN NEWS): ସଇଁତଲା ବ୍ଲକ ଅନ୍ତର୍ଗତ କେଛୋମୁହାଁନ ଖେଳ ପଡିଆରେ ସର୍କଲ କ୍ରିକେଟ ଟୁର୍ନାମେଣ୍ଟ ରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିଲେ | ପ୍ରଥମ ମ୍ୟାଚ୍ ରେ ଖଳିଆପାଳି ବ୍ୟାଟିଂ କରି ୬ ଓଭର ୮ ୱେକେଟ ରେ ୭୫ ରନ ସଂଗ୍ରହ କରିଥିଲେ l କୁଟୁରାମୁଣ୍ଡା ୫ଓଭରେ ୩ ୱେକେଟ ହରାଇ ୭୬ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲେ | ସେମି ଫାଇନାଲ ମ୍ୟାଚ ଭେରୁଆଁଭଟା ଓ କୁଟୁରାମୁଣ୍ଡା ମଧ୍ୟରେ ହୋଇଥିଲା l କୁଟୁରାମୁଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୬ ଓଭର ୩ ୱିକେଟ ହରାଇ ୬୩ ରନ୍ କରିଥିବା ବେଳେ ଭେରୁଆଁ ଭଟା ୫୧ ରନ୍ ସଂଗ୍ରହ କରି ଅଳ୍ଆଉଟ୍ ହୋଇଥିଲେ l ଫାଇନାଳ ମ୍ୟାଚ଼ ରେ କୁଟୁରାମୁଣ୍ଡା ଓ କୁକେଡ଼ମାଳ ମଧ୍ୟରେ ହୋଇଥିଲା ଏହି ମ୍ୟାଚ଼ରେ କୁକେଡ଼ମାଳ ପ୍ରଥମେ ବ୍ୟାଟିଙ୍ଗ କରି ୬ ଓଭର ରେ ୭ ୱେକେଟ ହରାଇ ୪୦ ରନ ସଂଗ୍ରହ କରିଥିବାବେଳେ କୁଟୁରାମୁଣ୍ଡା ୫ ଓଭର ରେ ୩ ୱେକଟ୍ ହରାଇ ୪୪ ସଂଗ୍ରହ କରି ବିଜୟ ହାସଲ କରିଥିଲେ । ବିଜେତା ଟିମ ର କ୍ୟାପଟେନ ମନୋଜ ଗହିର,ଭାଇସ କ୍ୟାପଟେନ ପ୍ରମୋଦ ଗହିର ,ଖେଳାଳି. ମାନେ ହେଲେ ରାଜେଶ ବଗର୍ତ୍ତି , ବିଘ୍ନରାଜ ଗହିର, ସୁନ୍ଦରମଣୀ ମାଝୀ,ନରୋତ୍ତମ ବଗର୍ତ୍ତି, ବିକାଶ ଗହିର , ସୁଶାନ୍ତ ଗହିର, ଗୋବିନ୍ଦ ଗହିର,ଜେମନ୍ତ ଗହିର,ବିଜୟ ଗହିର. ଏହି ଫାଇନାଳ ରେ ମୁଖ୍ୟ ଅତିଥି ଶ୍ରୀ ହେମନ୍ତ ଭୋଇ,ବିଜୟ ହାସଲ କରିଥିବା କୁଟୁରାମୁଣ୍ଡା ଦଳକୁ
୩୦୦୦ ଟଙ୍କା ପୁରୁସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିବା ବେଳେ ଫାଇନାଳ ପରାଜିତ ଦଳ କୁକେଡ଼ମାଳ କୁ ୧୫୦୦ ଟଙ୍କା ସହ ଟ୍ରଫି ଦେଇଥିଲେ ।ଏହି କୁଟୁରାମୁଣ୍ଡା ଟିମ ବିଜୟ ହୋଇ ଥିବାରୁ ଗ୍ରାମ ବାସି ତଥା ପ୍ରଦୀପ ଗହୀର. କୈବର୍ତ୍ତ ମାଝୀ. ରଞ୍ଜନ ବାଗ ଶିରକର ବଗର୍ତି ଶୁଭେଚ୍ଛା ତଥା ପ୍ରଶଂସା କରିଥିଲେ ଲ
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


