ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

(AKN NEWS):ଗୋଲାମୁଣ୍ଡା ,ସ୍ଥାନୀୟ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଅଛି । ଅଧ୍ଯକ୍ଷ ପ୍ରାଧ୍ୟାପକ ସରୋଜ କାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଘନଶ୍ୟାମ ଭାଟି ଓ ପ୍ରଦୀପ କୁମାର ମିଶ୍ର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଥିଲେ।
କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ତଥା ପ୍ରାଥମିକ ଉପଚାର ପ୍ରଶିକ୍ଷକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ଘଟଣା ସ୍ଥଳରେ ଆହତ ମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ଉପଚାର ଦେବାସହ କିପରି ନିରାପଦରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ, ଆରାମ-ଦାୟକ ସ୍ଥିତି , ସି. ପି. ଆର୍. , ରକ୍ତସ୍ରାବ , ଅସ୍ଥିଭଙ୍ଗ , ସର୍ପାଘାତ, ମୂର୍ଚ୍ଛା ଆଦି ପ୍ରାଥମିକ ଉପଚାର ବିଭିନ୍ନ ପ୍ରସଙ୍ଗରେ ତାଲିମ ଓ ଅଭ୍ୟାସ କରାଇଥିଲେ। ଚଳିତ ବର୍ଷ ବିଶ୍ୱ ପ୍ରାଥମିକ ଉପଚାର ଦିବସର ବିଷୟବସ୍ତୁ ” ପ୍ରାଥମିକ ଉପଚାର ଓ ପାଗ ପରିବର୍ତ୍ତନ” ପ୍ରସଙ୍ଗରେ ଅତିଥି ମାନେ ଆଲୋଚନା କରିଥିଲେ । ପ୍ରମୋଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
dhramgarh upa khanda ru shyam sundar agrawal AKN NEWS


