ଓଡିଶା ଖବର

ସହିଦ ରେଣ୍ଡୋ ମାଝି ଅମର ରହେ,ରେଣ୍ଡୋ ମାଝି ଡାକ ଦିଏ – ଲଢେଇ କରି ବଞ୍ଚି ହୁଏ, ଜଙ୍ଗଲ ପାହାଡ ସବୁ ଆମରଟା -ନାଇ ସେ କାହାର ବୁଆରଟା ଏଭଳି ଶ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ ଶତାଧିକ ମହିଳା ଓ ପୁରୁଷ

(AKN NEWS):ସହିଦ ରେଣ୍ଡୋ ମାଝି ଅମର ରହେ,ରେଣ୍ଡୋ ମାଝି ଡାକ ଦିଏ – ଲଢେଇ କରି ବଞ୍ଚି ହୁଏ, ଜଙ୍ଗଲ ପାହାଡ ସବୁ ଆମରଟା -ନାଇ ସେ କାହାର ବୁଆରଟା ଏଭଳି ଶ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ ଶତାଧିକ ମହିଳା ଓ ପୁରୁଷ, ଆଜି ଥିଲା ବିଶ୍ବ ଆଦିବାସୀ ଦିବସ, ଏହି ଦିବସକୁ ମହା ସମାରୋହରେ ପାଳନ କରିଥିଲେ କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚାୟତର ଆଦିବାସୀ ସଂଘ,ତରଫରୁ ପଣ୍ଡିଗାଁ ବସ୍ତିପଡାରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ପାରମ୍ପରିକ ବାଜାର ତାଳେ ତାଳେ ନାଚଗୀତ କରି ଆଦିବାସୀ ସଂଘ ନଗର ପରିକ୍ରମା କରିଥିଲେ। ଗାଁ ପରିକ୍ରମା ପରେ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲେ, ଗାଁର ସାମାଜିକ କର୍ମୀ ପ୍ରଶାନ୍ତ ମାଝିଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ସାମାଜିକ କର୍ମୀ ଶ୍ରୀ ମାଝି ଆଗାମୀ ଦିନରେ ବ୍ଲକ ସ୍ତରୀୟ ଏକ ବଡ ଧରଣର ଆଦିବାସୀ ଦିବସ ପାଳନ ନିମନ୍ତେ ଉଦ୍ଦେଶ୍ୟ ରହିଛି ଓ ଖୁବଶିଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି , ଏଥିରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ରାଟ ମାଝୀ ଦିବାକର ମାଝି, ସନ୍ୟାସୀ ମାଝି,ସୁଧୀର ମାଝୀ. ବିଶି ମାଝି,ଜଳଧର ମାଝି, ବନମାଳୀ ମାଝି,ଆଶିଷ ମାଝୀ, ମୂର୍ତ୍ତି ମାଝୀ ବର୍ଷା ମାଝି, ରୁବି ମାଝି, ବବଲି ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

କଳାହାଣ୍ଡି ଜିଲ୍ଲାରୁ ଟଙ୍କଧରବିହାରୀ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!