ସାପ୍ତାହିକ ହାଟରେ ପଡ଼ିଲା ଗଛ, ଭାଙ୍ଗିଲା ୨ଟି ପାସିଞ୍ଜର ୩ ଚକିଆ ଟେମ୍ପୁ

ବୈପାରିଗୁଡ଼ା(AKN NEWS):ଲଗାଣ ବର୍ଷା ପବନରେ ସାପ୍ତାହିକ ହାଟରେ ରହିଥିବା ଗୋଟିଏ ବିରାଟକାୟ ବଡ଼ ଆମ୍ବଗଛ ଉପାଡ଼ି ହୋଇ ପଡ଼ିଯାଇଛି । ଗଛ ପଡ଼ିଯିବା ଫଳରେ ୨ଟି ପାସିଞ୍ଜର ୩ଚକିଆ ଟେମ୍ପୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ରାମଗିରି ଗ୍ରାମ ପଞ୍ଚାୟତ ସଦର ଠାରେ ଆଜି ସପ୍ତାହିକ ମଙ୍ଗଳବାର ହାଟ ହେଉଥିଲା । ସେଠାରେ ଜୟପୁର, ବୈପାରିଗୁଡ଼ା ଓ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରକାରର ବ୍ୟବସାୟୀ ସମେତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାର ଲୋକ ରୁଣ୍ଡ ହୋଇଥିଲେ । ଏହାସହ ବ୍ୟବସାୟୀ ଓ ହାଟରେ ଯିବା ଆସିବା କରୁଥିବା ଯାତ୍ରୀବାହୀ ଯାନ ବାହାନ ଗୁଡ଼ିକ ରହିଥିଲା । ହାଟ ହେଉଥିବା ସମୟରେ ଲଗାଣ ବର୍ଷା ପବନ ହେବା ଫଳରେ ଗଛଟି ମୂଳରୁ ଉପାଡ଼ି ହୋଇ ଭାଙ୍ଗି ପଡ଼ିଥିବା ଜଣା ପଡ଼ିଛି । ଗଛ ଉପାଡ଼ି ହୋଇ ପଡ଼ିବା ପାଖରେ ଅନେକ ଲୋକ ରହିଥିଲେ ମଧ୍ୟ ଭାଗ୍ୟକୁ କାହାର କିଛି କ୍ଷତି ହୋଇନଥିବା ବେଳେ ରାସ୍ତା ଉପରେ ରଖାଯାଇଥିବା ୨ଟି ପାସିଞ୍ଜର ୩ଚକିଆ ଟେମ୍ପୁ ଉପରେ ଗଛ ପଡ଼ି ସମ୍ପୂର୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି । ଗଛ ପଡ଼ିଯିବା ପରେ ବୈପାରିଗୁଡ଼ା ଦଣ୍ଡାବାଡ଼ି ମୁଖ୍ୟରାସ୍ତା ଅବରୋଧ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । କଟପାଡ଼ ବିଧାୟକ ପ୍ରତିନିଧି ସି.ଏଚ ପ୍ରଭାକର ରାଓ ଏହି ଘଟଣାର ଖବର ପାଇ ବୈପାରିଗୁଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାର ଖବର ପାଇବା ପରେ ବୈପାରିଗୁଡ଼ା ଅଗ୍ନିଶମ ବିଭାଗୀୟ ଅଧିକାରୀ ସୁକାନ୍ତ ପ୍ରଧାନ ନିଜ କର୍ମଚାରୀ ଟିମକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ବାହାରକରି ସଫା କରିଥିଲେ । ରାସ୍ତାରୁ ଗଛକାଟି ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିବା ଦେଖିବାକୁ ମିଳିଛି।
ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


