ସାପ କାମୁଡ଼ାରେ ଲୋକନାଟକ ଅଭିନେତାଙ୍କ ଦେହାନ୍ତ ୧୦୮ଆମ୍ବୁଲାନ୍ସ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ।

କାର୍ଲlମୁଣ୍ଡା ୧/୦୮(AKN NEWS): କାର୍ଲlମୁଣ୍ଡା ଅଞ୍ଚଳର ଜଣାଶୁଣା ଲୋକନାଟକ ଅଭିନେତା ସୁରେଶ ଚନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଛି। ସ୍ବର୍ଗତ ସାହୁ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ହେବ ରାମଲୀଲା ନାଟକରେ ରାବଣ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ ଯେ ଗତ ତା-୩୧/୦୮/୦୨୦୨୫ରିଖ ରାତି ୧୨. ୩୦ରେ ସ୍ବର୍ଗତ ସାହୁଙ୍କୁ ସାପ କାମୁଡିଥିବା ଜାଣି ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କଲାପରେ ଡାକ୍ତର ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ତରିତ କରିବାକୁ ପରାମର୍ଶ ଦେଲେ। ପରିବାରଲୋକେ ୧୦୮ଯୋଗେ ବଲାଙ୍ଗୀରକୁ ରାତି ୧ଟାରେ ବାହାରି ପାହାନ୍ତିଆ ୪ଟାରେ ପହଁଚି ଥିଲେ। ୬୦ କିଲୋମିଟର ବାଟକୁ ୪ଘଣ୍ଟା ସମୟ ଲଗାଇ ଥିଲେ। ବାଟରେ ଆମ୍ବୁଲାନ୍ସ ଚାଳକ ପରିସ୍ରା ଓ ପାଣି ପାଇଁ ପାଖାପାଖି ଅଧାଘଣ୍ଟା ଗାଡି ବନ୍ଦ କରିଥିଲେ। ଗାଡ଼ିରେ ରୋଗୀ ସୋଇ ଥିବା ସ୍ଥାନରେ ଆଲୋକ,ଫେନ କିମ୍ବା ଅକ୍ସୀଜେନ ନଥିଲା। EMTରୁଦ୍ର ମଣି ସାହୁ ରୋଗୀଙ୍କ ସହ ନ ବସି ଚାଳକଙ୍କ ସହିତ ଗାଡିର ଆଗ ସିଟରେ ଶୋଇ ଥିଲେ ପରିବାର ଲୋକେ ରୋଗୀଙ୍କୁ ଟିକେ ଦେଖିବା ପାଇଁ କହିବାରୁ ତାଙ୍କୁ ଧମକ ଓ ଗାଳିଗୁଲଜ ଦେଉଥିଲେ।ଯାହା ଫଳରେ ସ୍ବର୍ଗତ ସୁରେଶ ସାହୁ ବହୁତ କଷ୍ଟ ଅନୁଭବ କରିଥିଲେ। ଏହା ସ୍ଥାନୀୟ ଲୋକେ ଜାଣିବାପରେ କ୍ଷୋବପ୍ରକାଶ କରିଛନ୍ତି। ରୁଦ୍ରମଣି ସାହୁଙ୍କୁ ନିଲମ୍ବନ କରି ସମସ୍ୟାର ସମାଧାନକରିବାକୁ କଳାକାର ଓ ଜନସାଧାରଣ ଦାବି କରିଛନ୍ତି।
ବ୍ୟୁରୋ ରିପୋର୍ଟ AKN NEWS


