ଓଡିଶା ଖବର

ସିନାପାଲି ମହାବିଦ୍ଯାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ଯକ୍ରମ ଅନୁଷ୍ଠିତ

(AKN NEWS): ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ଯାଳୟ ଠାରେ ନୂଆ‐ଓ ଓଡ଼ିଆ ସାହିତ୍ଯ ପ୍ରତିଯୋଗିତା କାର୍ଯ୍ଯକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି ା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଏନେଇ ମହାବିଦ୍ୟାଳୟ ଅଧ୍ଯକ୍ଷା ଏବି ଡୁଙ୍ଗଡୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ଯରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ଯକ୍ଷା ମିନା ଘିବେଲା, ମୁଖ୍ୟ ବକ୍ତା ସାହିତ୍ଯିକ ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଓ ସମ୍ମାନିତ ଅତିଥି ଭାବରେ ସ୍ତମ୍ୱକାର ବୈଷ୍ଣବ ମେହେର ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଆ ସାହିତ୍ଯରେ ଜଗନ୍ନାଥ ଚେତନାକୁ ନେଇ ବକ୍ତାମାନେ ମତବ୍ଯକ୍ତ କରିବା ସହ ପ୍ରକୃତ ଜ୍ଞାନ ଓ ସୃଜନଶୀଳତାରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ା ପ୍ରାରମ୍ଭରେ ଅଧ୍ଯାପିକା ସ୍ଵର୍ଣ୍ଣରାଣୀ ଦାସ ସମସ୍ତଙ୍କୁ ସ୍ବାଗତ କଲା ପରେ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ଦୀପ ପ୍ରଜ୍ଜଳନ ପୂର୍ବକ ଅତିଥିଙ୍କ ଦ୍ୱାରା କାର୍ଯ୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା ା ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ନିମନ୍ତେ ପ୍ରବନ୍ଧ, ଗୀତ, କବିତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ା ଶେଷରେ ଗଣିତ ଅଧ୍ୟାପକ କ୍ଷେତ୍ର ମୋହନ ଦୂରିଆ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ା କାର୍ଯ୍ଯକ୍ରମରେ ମହାବିଦ୍ଯାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ା କାର୍ଯ୍ଯକ୍ରମ ପରିଚାଳନାରେ ବରିଷ୍ଠ ଅଧ୍ୟାପକ ବ୍ରଜ ମୋହନ ଧ।କଡ଼, ରଜନୀକାନ୍ତ ମେହେର, ମେଘନ।ଦ ମେହେର, ଉଦୟ ନାଥ ନାୟକ, ରଶ୍ମିତା ନନ୍ଦ, ପୁସ୍ପିତା ମେହେର , ଟଙ୍କଧର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!