ଓଡିଶା ଖବର
ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶିତ ଭବାନୀପାଟଣା ବିକାଶ ସ୍କୁଲ ରେ ଦ୍ଵିତୀୟ ସ୍ଥାନରେ ହେମନ୍ତ

(AKN NEWS): ସୋମବାର ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶିତ।ଚଳିତ ୨୦୨୪ ଶିକ୍ଷା ବର୍ଷ ରେ ଭବାନୀପାଟଣା ବିକାଶ ସ୍କୁଲ ରେ ଅଧ୍ୟୟନ ଛାତ୍ର ହେମନ୍ତ ଅଗ୍ରୱାଲ ଦ୍ଵିତୀୟ ସ୍ଥାନ ସ୍ଥାନ ରଖି ଉତୀର୍ଣ୍ଣ ହୋଇଛନ୍ତି। ଧର୍ମଗଡ ର ବିଶିଷ୍ଟ ସମାଜସେବୀ କିଶୋର ଅଗ୍ରୱାଲ ଏବଂ ଚାର୍ଟାଡ଼ ଏକାଉଣ୍ଟାଣ୍ଟ ସୁନିତା ଅଗ୍ରୱାଲ ଙ୍କ ପୁଅ ହେମନ୍ତ ଅଗ୍ରୱାଲ। ହେମନ୍ତ ୯୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ସାଜିଛନ୍ତି। ସେ ଦ୍ଵିତୀୟ ସ୍ଥାନ ରଖି ଭଲ ପ୍ରଦର୍ଶନ କରିଥିବାରୁ ଧର୍ମଗଡ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ଭବାନୀପାଟଣା ବିକାଶ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, କୃତଜ୍ଞତା ଜଣାଇବା ସହ ଭବିଷ୍ୟତ କାମନା କରିଛନ୍ତି।ବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆଶ୍ରିବାଦ ଓ ଉତ୍ତମ ଦିଗଦର୍ଶନ ହେତୁ ଏହା ହୋଇ ପାରିଛି ବୋଲି ହେମନ୍ତ ଅଗ୍ରୱାଲ କହିଛନ୍ତି।
dhramgarh upa khanda ru shyam sundar agrawal akn news


