ସୁବର୍ଣ୍ଣପାଲି ହାଇ ସ୍କୁଲରେ ଦୁଇ ସମାଜ ସଂସ୍କାରକଙ୍କ ଜୟନ୍ତୀ ପାଳିତ : ଚାରା ରୋପଣ କାର୍ଯ୍ୟକ୍ରମ

ଜମନଜିରା(AKN NEWS):ଜମନକିରା ବ୍ଲକ ସୁବର୍ଣପାଳି ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତର ଜଣେ ପ୍ରତିଷ୍ଠିତ ସମାଜ ସଂସ୍କାରକ ଓ ଶିକ୍ଷାବିତ୍ ପଶ୍ଚିମ ବଙ୍ଗ ନିବାସୀ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ଜୟନ୍ତୀ ଓ ଓଡ଼ିଶାରେ ଜନ୍ମିତ ସମାଜ ସଂସ୍କାରକ ଦଳିତ ନେତା ପୂର୍ବତନ ମନ୍ତ୍ରୀ ପଦ୍ମଶ୍ରୀ ମୋହନ ନାୟକଙ୍କ ଜୟନ୍ତୀ ଉତ୍ସବକୁ ମିଳିତ ଭରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ବରିଷ୍ଠ ଶିକ୍ଷକ ହେମାନନ୍ଦ ଗନିକ ଙ୍କ ସଭାପତିତ୍ବ ଓ ସଂସ୍କୃତ ଶିକ୍ଷକ କୁଳମଣି କି ସା ନ ଙ୍କ ସଂଯୋଜନା ଆୟୋଜିତ ଉତ୍ସବରେ ବିଶିଷ୍ଟ ପରିବେଶ ବିତ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସେ ତାଙ୍କ ଭାଷଣରେ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ଜି ବିଧବା ବିବାହର ଆଦ୍ୟ ପ୍ରଚଳକ ,ସମାନତା ପ୍ରତିଷ୍ଠା ଓ ବାଳିକା ଶିକ୍ଷାକୁ ପ୍ରସାରିତ କରିଥିବା ବେଳେ ପଦ୍ମଶ୍ରୀ ମୋହନ ନାୟକ ପୁରୀ ଜଗନ୍ନାଥ ମନ୍ଦିର କୁ ସମସ୍ତଙ୍କ ପାଇଁ ଖୋଲି ଦେବାକୁ ସକ୍ଷମ ହୋଇ ପାରିଥିଲେ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ପୁରସ୍କ୍ରୁତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ମୁଖ୍ୟ ବକ୍ତା ଓ ଉଦ୍ୟାନ ବିତ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଅତିଥି ଗଣ ଉଭୟ ସଂସ୍କାରକ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସହକାରୀ ଶିକ୍ଷକ ତପବନ୍ତ ମେହେର ଦିବସର ମାହାତ୍ମ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ଟୁଇଙ୍କିଲ ପଟେଲ ଅତିଥି ପରିଚୟ ବୃକ୍ଷ ରୋପଣ ଆବଶ୍ୟକତା ଉପରେ କହିଥିଲେ ।ଏହା ପରେ ଛାତ୍ର ଛାତ୍ରୀ ଶୋଭାଯାତ୍ରା ଯାଇ ସ୍କୁଲ ପରିସର ଓ ହଷ୍ଟେଲ ପରିସରରେ ଫଳ ଚାରା ରୋପଣ କରିଥିଲେ ।ଏହି ଅବସରରେ ସମସ୍ତ ହାତ ଟେକି ପରିବେଶ ସଚେତନତା,ବୃକ୍ଷ ରୋପଣ ଓ ସମାଜ ସଂସ୍କାର କରିବାକୁ ଶପଥ ନେଇଥିଲେ ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ରେଣୁକା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


