ଓଡିଶା ଖବର

ସୁଭଦ୍ରା ପଞ୍ଜିକରଣ ରେ ଜଣ ପିଛା ୧୦୦ ଟଙ୍କା ଆଦାୟ ଅଭିଯୋଗ କରି ଜନସେବା କେନ୍ଦ୍ର ପରିଚାଳକ ଗିରଫ।

ଟିଟିଲାଗଡ଼,୧୪/୦୯,(AKN NEWS): ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ଜନସେବା କେନ୍ଦ୍ର ଗୁଡିକରେ ପଞ୍ଜିକରଣ ପାଇଁ ଟଙ୍କା ଅସୁଲି କରାଯାଉଥିବା ଅଭିଯୋଗ ହୋଇଛି । ସୁଭଦ୍ରା ଯୋଜନା ଅନ୍ତର୍ଗତ ହିତାଧୀକାରୀଙ୍କୁ ନିଶୁଳ୍କ ସେବା ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ କେତେକ ଜନସେବା କେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଘଟୁଥିବା ଦେଖାଯାଇଛି । ଟିଟିଲାଗଡ଼ ଥାନା ଅନ୍ତର୍ଗତ ମନିଗାଁର ଏକ ଜନସେବା କେନ୍ଦ୍ରରେ ସୁଭଦ୍ରା ପଞ୍ଜିକରଣ ପାଇଁ ହିତାଧୀକାରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏ ଅସୁଲ କରୁଥିବା ଅଭିଯୋଗରେ ସଂପୃକ୍ତ କେନ୍ଦ୍ରର ପରିଚାଳକ ଆକାଶ ସାହୁଙ୍କୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ଟିଟିଲାଗଡ଼ ପୁଲିସ ପକ୍ଷରୁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି ।ପୁଲିସ ପକ୍ଷରୁ ସୁଭଦ୍ରା ହିତାଧୀକାରୀଙ୍କୁ ସଚେତନ ବାର୍ତ୍ତା ଦିଆଯିବା ସହ ଜନସେବା କେନ୍ଦ୍ର ଗୁଡିକୁ ଏଭଳି କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ତାଗିଦ କରାଯାଇଛି ।ସଂପୃକ୍ତ ଜନସେବା କେନ୍ଦ୍ରର ପରିଚାଳକ ଆକାଶ ପଞ୍ଜିକରଣ ନେଇ ହିତାଧୀକାରୀଙ୍କ ପିଛା ଶହେ ଟଙ୍କା ନେଉଥିବା ସ୍ୱୀକାର କରିଛନ୍ତି । ଏଥିସହ ସହରର ସବୁଠି ଟଙ୍କା ଅସୁଲ ହେଉଥିବା କହିବା ସହ ସରକାର ପଞ୍ଜିକରଣ ପାଇଁ ମାତ୍ର ୧୫ ଟଙ୍କା ଦେଉଥିବାରୁ ଜନସେବା କେନ୍ଦ୍ର ପରିଚାଳକମାନେ ନିଜନିଜ ମଧ୍ୟରେ ଆଲୋଚନା କରି ହିତାଧୀକାରୀ ପିଛା ୧୦୦ ଟଙ୍କା ଫିସ ନେବାକୁ ଧାର୍ଯ୍ୟ କରିଥିବା କହିଛନ୍ତି । ତେବେ ଏଭଳି ଘଟଣାର ଅଭିଯୋଗ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ଼ ଏଡିପିଓ ଅଙ୍କିତା କୁମ୍ଭାର ଓ ଥାନାଧିକାରୀ ବିଶ୍ୱଜିତ୍ ମନବୋଧ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!