ଓଡିଶା ଖବର

ସୁଭଦ୍ରା ଯୋଜନା ରେ ୪ ଲକ୍ଷ ୪୮ ହଜାର ଫର୍ମ ବଣ୍ଟନ ହୋଇଛି।

ପୁରୀ ୬/୯ (AKN NEWS): ପୁରୀ ଜିଲ୍ଲା ରେ ସୁଭଦ୍ରା ଯୋଜନା ରେ ସେପ୍ଟେମ୍ବର ୫ତାରିଖ ସୁଦ୍ଧା ୪,୪୮,୧୫୬ ସଂଖ୍ୟକ ଫର୍ମ ବଣ୍ଟନ କରାଯାଇଛି।ଏହି ଫର୍ମ ଗୁଡିକ ଅଙ୍ଗନବାଡି କର୍ମୀ ମାନେ ଘରକୁ ଘର ବୁଲି ଯୋଗ୍ୟ ଆବେଦନକାରୀ ଙ୍କୁ ପ୍ରଦାନ କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିମାନ ଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମାଧ୍ୟମରେ ସୁଭଦ୍ରା ଆବେଦନକାରୀ ମାନେ ଜନସେବା କେନ୍ଦ୍ର ମାନଙ୍କ ରେ ଅଯଥା ଭିଡ ନ କରିବାକୁ ଅନୁରୋଧ କରିଛନ୍ତି।

ସେପ୍ଟେମ୍ବର ୧୭ ତାରିଖ ପରେ ମଧ୍ୟ ଆବେଦନ କରା ଯାଇପାରିବ ଓ ଉପଯୁକ୍ତ ହିତାଧିକାରୀ ତାଙ୍କର ସୁଭଦ୍ରା ଅର୍ଥ ପାଇ ପାରିବେ।ଆଧାର ରେ ମୋବାଇଲ ନମ୍ବର ସଂଲଗ୍ନ ବାଧ୍ୟତାମୂଳକ ନ ଥିବାରୁ ଏଥିପାଇଁ ଆଦୌ ଆଶଙ୍କା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।ସୁଭଦ୍ରା ଯୋଜନା ରେ ଫର୍ମ ପ୍ରଦାନ ଠାରୁ ପଞ୍ଜିକରଣ ପର୍ଯ୍ୟନ୍ତ ବିନା ମୂଲ୍ୟ ରେ କରା ଯାଉଛି।ଏଥିରେ କେହି ଆବେଦନକାରୀ ଙ୍କ ଠାରୁ ଅର୍ଥ ଦାବି କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କଡା ଚେତାବନୀ ଦେଇଛନ୍ତି।ଜିଲ୍ଲାରେ ଲୋକ ମାନ ଙ୍କୁ ସଚେତନ କରିବା ଲକ୍ଷ୍ୟ ରେ ଆସନ୍ତା କାଲି ଅର୍ଥାତ ୭ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ସଚେତନତା ରଥ ବ୍ଲକ ଓ ପୌରପାଳିକା ଅଞ୍ଚଳ ପରିକ୍ରମା କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାର ୧୧ଟି ବ୍ଲକ ଓ ପୁରୀ ପୌରପାଳିକା ଅଞ୍ଚଳରେ ଏହି ଫର୍ମ ବିନା ମୂଲ୍ୟ ରେ ଆବେଦନକାରୀ ଙ୍କୁ ବଣ୍ଟନ କାର୍ଯ୍ୟ ଚାଲିଛି।ଜିଲ୍ଲା ର ଧାର୍ଯ୍ୟ ଲକ୍ଷ୍ୟ ୭ ଲକ୍ଷ ୪୦ ହଜାର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬,୬୧,୪୩୪ ଫର୍ମ ଜିଲ୍ଲା ପକ୍ଷରୁ ବ୍ଲକ ଓ ପୌରପାଳିକାକୁ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ମାଧ୍ୟମରେ ୪,୩୭,୭୯୨ ଫର୍ମ,ସିଏସସି ମାଧ୍ୟମରେ ୮,୩୯୫ ଫର୍ମ ଓ ମୋ ସେବା କେନ୍ଦ୍ର ମାଧ୍ୟମରେ ୧୯୬୯ ଫର୍ମ ବଣ୍ଟା ଯାଇଛି।ଜିଲ୍ଲାରେ ମୋଟ ୯୧୯ ସିଏସସି,୨୫୫ ମୋ ସେବା କେନ୍ଦ୍ର ରହିଛି।

ଏହି କେନ୍ଦ୍ର ମାନଙ୍କ ରେ ୨୦୪୭୯ ଗୋଟି ଫର୍ମ ସଂଗ୍ରହ ହୋଇ ଥିବା ବେଳେ ୨୩୧୦ ଟି ଫର୍ମ ପଞ୍ଜିକରଣ ହୋଇଛି।ଏହି ବୈଠକରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ମମତାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଣତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!