ଓଡିଶା ଖବର

ସୁରୋଜ ମେହେର ଙ୍କୁ ଇଂରେଜ ଶାସନ ସମୟ ର ଆଦିବାସୀ ବିରୋଧୀ ଦୟାନିଧି ମେହେର ବୋଲି ଆଖ୍ୟା ଦେଇ ଓ ଅଷ୍ଟରତ୍ନ ବରିହା ଙ୍କୁ ବିଶ୍ବାସଘାତକତା କହି କୁଶପୁତ୍ତଳିକା ଦାହ କଲା ଆଦିବାସୀ କଲ୍ୟାଣ ସଂଘ।

(AKN NEWS): ପାଟଣାଗଡ଼ ବିଧାୟକ ସରୋଜ ମେହେର ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହା ଓ଼ ପୂର୍ବତନ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ଅସମ୍ମାନିତ ଅପମାନିତ କରିଥିବାରୁ |

ବିଧାୟକ ସରୋଜ ମେହେର ଦ୍ଵିତୀୟ ଦୟାନିଧି ମେହେର |ଗତ ତା.14.04.24ରିଖରେ ବିଂଝାଲ ସମାଜ ତଥା ଆଦିବାସୀ ସଂଘର କେତେ ଜଣ କର୍ମକର୍ତା ପାଟଣାଗଡ଼ ବିଧାୟକ ସରୋଜ ମେହେର ପାଖକୁ ଯାଇ ଅଭିଯୋଗ କରିଥିଲେ ଯେ ପାଟଣାଗଡ଼ ବ୍ଲକ ସୋଲବନ୍ଧ ଗ୍ରା :ପ :ଅନ୍ତର୍ଗତ ବନକାବିହାର ଛକ ଠାରେ ପ୍ରସ୍ତାବିତ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କ ପ୍ରତିମୂର୍ତ୍ତି ଓ଼ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜମି ଚିହ୍ନଟ ସକାଶେ ପାଟଣାଗଡ଼ ତହସିଲଦାରଙ୍କୁ କହିଦେବା ପାଇଁ କହିଥିଲେ ଓ଼ ପ୍ରସ୍ତାବିତ ସହିଦ ମାଧୋ ସିଂ ବରିହା ଓ଼ ଶିଶୁ ଉଦ୍ୟାନ ଭୂମିପୂଜନ ଫଲକର ଫୋଟୋ କପି ଦେଇଥିଲେ | ଫୋଟୋ କପିରେ ଥିବା ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହା ଓ଼ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ଼ ଅନ୍ୟ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ନାମ ଉପରେ ବିଧାୟକ ସରୋଜ ମେହେର ମୋତେ କ୍ରସ କରି ମୋର ପାଖକେ ଆସିଛ, ଏନ୍ତା କାମ କେ ସରୋଜ ମେହେର ନିକରେ ବୋଲି ଅନେକ ଅସମ୍ମାନ ଜନକ କଥା କାହି ବୀର ପୁରୁଷଙ୍କ ନାମ ଉପରେ ଲାଲ କଲମରେ ଗାର ଟାଣି ଅପମାନିତ ଓ଼ ଅସମ୍ମାନିତ କଲେ | ଏହି ଘଟଣାରେ ସମଗ୍ର ଆଦିବାସୀ ସମାଜ ମନରେ ଗଭୀର ଆଘାତ ଦେଇଛି ଓ଼ ଅପମାନିତ ଓ଼ ଅସମ୍ମାନିତ ହେଉଛୁ | ବିଧାୟକ ସରୋଜ ମେହେରଙ୍କ ଏଭଳି କାର୍ଯ୍ୟକଳାପକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ | ବୋଧେ ବିଧାୟକଙ୍କ ଵିଧି ଜଣା ନାହିଁ, ସମ୍ବିଧାନ ଜଣାନାହିଁ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ କିଭଳି ସାମ୍ମନ ଦିଆଯାଏ ଜଣା ନାହିଁ | ଵିଧି ଜାଣି ନଥିବା ଜଣେ ଲୋକ ବିଧାୟକ ହେଵା ଦୁଃଖଦାୟକ, ପରିତାପର ବିଷୟ | ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶଦ୍ରୋହୀ ଦୟାନିଧି ମେହେର ଯେମିତି ସ୍ୱାଧୀନତା ସଂଗ୍ରାମୀ ବୀର ବୀର ସୁରେନ୍ଦ୍ର ସାଏ ଙ୍କୁ କୁଟଚକ୍ରାନ୍ତ କରି ଇଂରେଜ ମାନଙ୍କ ହାତରେ ଧରେଇ ଦେଲା ସେଭଳି ଆଜିର ଯୁଗରେ ମଧ୍ୟ ବିଧାୟକ ସରୋଜ ମେହେର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜଣା ନାହିଁ ସେ ମଧ୍ୟ ଦୟାନିଧି ମେହେର ଠାରୁ କିଛି କମ ନୁହେଁ | ସରୋଜ ମେହେର ଦ୍ଵିତୀୟ ଦୟାନିଧି ମେହେର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ | ସହିଦ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଅସମ୍ମାନ ଅପମାନ କରିବା ଅସମ୍ବିଧାନିକ ଓ଼ ବେଆଇନ | ଏଭଳି ବ୍ୟକ୍ତିଙ୍କୁ ପ୍ରଶାସନ ଗିରଫ କରି ଆଇନ କାନୁନ ବିଷୟରେ ଶିକ୍ଷା ଦେବା ଜରୁରୀ ଅଟେ | ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆମେ ଦାବୀ କରୁଛୁ ବିଧାୟକଙ୍କ କାର୍ଯ୍ୟକଳାପ ପାଇଁ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଚେତ ଆମ୍ଭେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରିବୁ | ବିଧାୟକଙ୍କ କାର୍ଯ୍ୟକଳାପ ବିରୋଧରେ ବହୁତ ଜଲଦି ସବୁ ଥାନାରେ ଏଫ ଆଇ ଆର ଦିଆଯିବ | ଯେତେବେଳେ ବିଧାୟକ ସରୋଜ ମେହେର ଜଣେ ଆଦିବାସୀ ଜେ. ଇ ଙ୍କୁ କାନ ଧରି ଉଠବସ କରିଥିଲେ ସେ ଘଟଣାରେ ବିଧାୟକ ଜେଲ ଯାଇଥିଲେ | ମାନ୍ୟବର ସ୍ୱତନ୍ତ୍ର ନ୍ୟାୟାଳୟ ତାଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଯେ ମାମଲା ଚାଲୁଥିବା ପର୍ଯ୍ୟନ୍ତ କୌଣସି ଅସାମାଜିକ କାର୍ଯ୍ୟକଳାପ, ଦଙ୍ଗା ଭଳିଆ କାର୍ଯ୍ୟ, ବିଶୃଙ୍ଖଳା କାର୍ଯ୍ୟ ରୁ ନିବୃତ ରହିବା ପାଇଁ ନିର୍ଦ୍ଧେଶ ଥିବା ସତ୍ୱେ ବିଧାୟକ ପ୍ରତ୍ୟକ୍ଷ ପରୋକ୍ଷରେ ଏଭଳି କାର୍ଯ୍ୟରେ ଲିପ୍ତ ରହିବା ଠିକ ନୁହେଁ |

ପୁଣି ଗତ ତା.28.04.24ରେ ବିଧାୟକ ସରୋଜ ମେହେର କିଛି ଆଦିବାସୀ ମାନଙ୍କୁ ଡାକି ଏକ ସଭା କରିଥିଲେ ସେ ସଭାରେ ବିଧାୟକଙ୍କ ନିର୍ଦ୍ଧେଶ କ୍ରମେ ଅଷ୍ଟରତ୍ନ ବରିହା ଆଦିବାସୀ ସଂଘକୁ କଟୁ ମନ୍ତବ୍ୟ ଦେବା ନିନ୍ଦନୀୟ ବିଷୟ | ଅଷ୍ଟ ରତ୍ନ ବରିହା ମଧ୍ୟ ବିଧାୟକଙ୍କ ପ୍ରରୋଚନାରେ ପଡ଼ି ଏଭଳି ହୀନ ମନ୍ତବ୍ୟ ଦେବାରୁ ଦୁରେଇ ରୁହନ୍ତୁ | ସେଠାରେ ଘୋଷଣା କରିଥିଲେ ଯେ ଆଦିବାସୀ ସଂଘର ଦୁଇ ହଜାର କର୍ମକର୍ତା ବିଜେଡ଼ିରେ ସାମିଲ ହେଲେ ସରୋଜ ମେହେରଙ୍କୁ ଆଶୀର୍ବାଦ ଦେଲେ ବୋଲି କେତେଟା ଗଣମାଧ୍ୟମ ରେ ଦେଖିବାକୁ ମିଳିଥିଲା | ଆଦିବାସୀ ସଂଘ ବର୍ଷେ ହେବ ପାଟଣାଗଡ଼ ରୁ ଅଷ୍ଟ ରତ୍ନ ବରିହା, ଖପ୍ରାଖୋଲ ରୁ ବିପ୍ର ବିଶି ଓ଼ ବଲାଙ୍ଗୀର ର ସତ୍ୟ ନାରାୟଣ ଭୋଇଙ୍କୁ ସଂଘ ବିରୋଧୀ କାର୍ଯ୍ୟ କରୁଥିବାରୁ ରେଜୁଲୋସନ କରି ବହିଷ୍କାର କରାଯାଇଛି ତାର କପି ବଲାଙ୍ଗୀର ଏ ଡି ଏମ ଙ୍କୁ ମଧ୍ୟ ଦିଆଯାଇଛି | ଏମାନେ ସଂଘର କୌଣସି ପଦପଦବୀରେ ନାହାନ୍ତି | ସଂଘକୁ ଫାଟ କରିବା ପାଇଁ ବିଧାୟକ ଅନେକ ଯୋଜନା କରିଛନ୍ତି ସବୁଥିରେ ଫେଲ ମାରିଛନ୍ତି, କେତେ ଜଣ ଆଦିବାସୀ ଙ୍କୁ ଅନେକ ପ୍ରଲୋଭନ ଦେଖେଇ ବ୍ୟବହାର କରୁଛନ୍ତି | ବିଧାୟକଙ୍କ ଏଭଳି ହୀନ ରାଜନୀତି ଆଗାମୀ ଦିନରେ ବିଧାୟକଙ୍କୁ ରସାତଳକୁ ନେଇଯିବ | ସଂଘ ବିରୋଧୀ କାର୍ଯ୍ୟକଳାପ ଛାଡ଼ି ନିଜ ଜାତିର କଥା ଚିନ୍ତା କରନ୍ତୁ | ବିଗତ ଦିନରେ ଆପଣଙ୍କ ଭୁଲିଆ ଜାତିର ଝିଅ କଣ୍ଟାବାଞ୍ଜି ଝରନି ନିବାସୀ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ମହାଳିଙ୍ଗ କଲେଜରେ ରେପ୍ ମର୍ଡର କରାଗଲା ଆପଣଙ୍କ ମୁହଁରୁ ପଦୁଟିଏ କଥା ବାହାରି ଲାନି ଲଜ୍ୟାଜନକ, ଆଜି ନିଜର ଜାତି ସମାଜ କଥା ଚିନ୍ତା ନକରି ଆଦିବାସୀ ସଂଘକୁ ଫାଟ କରିବା ନିଶ୍ଚିତ ଭାବେ ନିନ୍ଦନୀୟ | ଆଦିବାସୀ ସଂଘ ବିଷୟରେ ବିଧାୟକ ଦୁରେଇ ରୁହନ୍ତୁ | ଆଗାମୀ ଦିନରେ ବିଧାୟକଙ୍କୁ ଭୋଟ ମାଧ୍ୟମରେ କଡ଼ା ଜବାବ ଦିଆଯିବ, ଗାଁ ଗାଁ ବୁଲି ବିଧାୟକଙ୍କ ଆଦିବାସୀ ବିରୋଧୀ ନୀତି ବିରୋଧରେ ସଚେତନ କରାଯିବ | ବିଧାୟକ ଙ୍କ କାର୍ଯ୍ୟକଳାପ ଉପରେ ତାଙ୍କ ଦଳର ମୁଖିଆ ରୋକ ଲଗାନ୍ତୁ ଓ଼ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ | ଆଦିବାସୀ ସଂଘ ସହିତ ଲାଗିଲେ ଆଗାମୀ ଦିନରେ ପରିସ୍ଥିତି ଭୟବାହ ହେବ ଜାଣି ରଖ ବିଧାୟକ |

ଆଜିର ସାମ୍ବାଦିକ ସମ୍ମିଳନୀ ରେ ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ବେଲପଡା ବ୍ଲକ ସଭାପତି ରସିକ ଧରୁଆ, ଅବାହକ ଗୌରାଙ୍ଗ ବରିହା, ଖପ୍ରାଖୋଲ ଉପ ସଭାନେତ୍ରୀ ଲକ୍ଷ୍ମୀ ଶବର, ଖପ୍ରାଖୋଲ ବ୍ଲକ ଉପ ସଭାପତି ଧନିରାମ ମିର୍ଦ୍ଧା, ସଂଗଠକ ଜଗଜୀବନ ଭୋଇ, ଯଦୁମଣି ବରିହା, ପରମେଶ୍ୱର ଭୋଇ, ମଧୁ ବରିହା, ବିଭୀଷଣ ବରିହା, ଚୂଡ଼ାମଣି ଧରୁଆ, ହୃଷିକେଶ ଭୋଇ, ମଦନ ମାଝୀ, ପିଣ୍ଟୁ ବୁଡ଼େକ, ଦୁର୍ୟୋଧନ ବରିହା, ବିମଲ ପଧାନ, ଧର୍ମ ରାଜ ବରିହା, ଗୁଣନିଧି ବର୍ଗେ, ମିନିକେତନ ଧରୁଆ, ସନ୍ୟାସୀ ନାଏକ, ଜଳ ଧରୁଆ, ସହଦେଵ ଧରୁଆ, ସାନ ଭୁଏ, ମୁରଲୀ ଭୋଇ, ଯୁଗେଶ୍ୱର ଭୋଇ, ଗଙ୍ଗାଧର ବରିହା, ଟିକେଶ୍ୱର ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ |

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!