ଓଡିଶା ଖବର

ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଂଘର ସଭାପତି ପ୍ରଦୀପ କୁମାର ଦାସ ଙ୍କ ନେତୃତ୍ୱରେ ଜାତୀୟ ଖେଳ ଦିବସ ପାଳନ କରାଯାଇଅଛି

(AKN NEWS): ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଂଘର ସଭାପତି ପ୍ରଦୀପ କୁମାର ଦାସ ଙ୍କ ନେତୃତ୍ୱରେ ଜାତୀୟ ଖେଳ ଦିବସ ପାଳନ କରାଯାଇଅଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଳାହାଣ୍ଡି ମହାରାଜା ତଥା ବ୍ୟାଡ଼ମିଣ୍ଟନ ସଂଘର ସଦସ୍ୟ ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ସଂଘର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I

ସମ୍ପାଦକ ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସଭାପତି ପ୍ରଦୀପ ଦାସ ତାଙ୍କର ଅଭିଭାଷଣରେ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରିବା ସହ ଆମ ଦେଶ, ରାଜ୍ୟ ଏବଂ ଜିଲ୍ଲା ପାଇଁ ଅତୀତରେ ଗୌରବ ଆଣିଥିବା କୃତି ଖେଳାଳିମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏବଂ ଉପସ୍ଥିତ ଖେଳାଳିମାନଙ୍କୁ ଆଗାମୀ ଦିନରେ ଆମ ଦେଶ ତଥା ମା ମାଟି ପାଇଁ ଗୌରବ ଆଣିବା ପାଇଁ ଆହ୍ୱାନ ଦେଇଥିଲେ I

ଅନ୍ୟମାନଙ୍କ ମଧ୍ୟରୁ ସଂଘର ବରିଷ୍ଠ ଉପସଭାପତି ଅରୁଣ ରଥ, ରାଜ୍ୟ ସି ଓ ସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, କୋଷାଧ୍ୟକ୍ଷ୍ୟ ସରୋଜ ମହାରଣା, ଯୁଗ୍ମ ସମ୍ପାଦକ ଦୀପକ କୁମାର ସାଗର, ଜାତୀୟ ଖେଳାଳି ମହେଶ କୁକରେଜା, ଜିତେନ୍ଦ୍ର ମିଶ୍ର, ପ୍ରଶିକ୍ଷକ ନରେଶ ସୁନାନୀ,ସାଇ ସିଂ ସାମନ୍ତ, ଅରୁଣ କୁମାର ସାହୁ, ରବି ସାହୁ, ସନ୍ଦୀପ ଦାସ, ଅକ୍ଷୟ ପଟ୍ଟନାୟକ ତଥା ପୁରୁଷ ଓ ମହିଳା ଖେଳାଳିମାନେ ଉପସ୍ଥିତ ରହିଥିଲେ I ପରିଶେଷରେ ସଂଘର କର୍ମକର୍ତ୍ତାମାନଙ୍କ ଦ୍ୱାରା ସମସ୍ତଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା I

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!