ଓଡିଶା ଖବର

ସ୍ଥାୟୀ ନିଯୁକ୍ତି ଦାବୀ ରେ ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

ଭବାନୀପାଟଣା, ୧୩/୦୨ (ଏକେଏନ୍ ନ୍ୟୁଜ):ଓଡିଶା ସରକାରଙ୍କ ପଞ୍ଚାୟତରାଜ ବିଭାଗରେ ୨୦୦୮ ମସିହା ଠାରୁ ମନେରେଗା କାର୍ଯ୍ୟକରୁଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କଳାହାଣ୍ଡି ଗାଁ ସାଥି ସଂଘ ତରଫରୁ ଧାରଣା ସହିତ ଛଅ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି।

କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଁ ମାଣିକେଶ୍ବରୀ ମନ୍ଦିର ଠାରୁ ଶତାଧିକ ଗାଁ ସାଥି ଭାଇ ଓ ଭଉଣୀ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାଅର୍ଚ୍ଚନା କରି ବକ୍ତବ୍ୟ ମାଧ୍ୟମରେ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ।

ଗାଁସାଥି ମାନଂକୁ ସଠିକ ଭାବେ ଚିହ୍ନ୍ନଟ କରାଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ମାସିକ ପ୍ରୋତ୍ସାହନ ଦେବାକୁ ଦାବୀ କରା ଯାଇଛି।

ମନମୁଖୀ ଚୟନ ହୋଇଥିବା ଗାଁ ସାଥି ମାନଂକୁ କାର୍ଯ୍ୟରୁ ବାଦଦେବା ସହିତ ଯୁକ୍ତ ଦୁଇ ଶିକ୍ଷାଗତ ଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି, ଯୁକ୍ତ ଦୁଇ ରୁ ତଳକୁ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁ ସାଥି ମାନଂକୁ ବାର ହଜାର ଟଙ୍କା ଦେବା କୁ ଦାବୀ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀରୋହିତ ସାହୁ, ଗଣମାଧ୍ୟମରେ କୋଷାଧକ୍ଷ ଶ୍ରୀ ଗୌରଚନ୍ଦ୍ର ଗହୀର, ଗଣମାଧ୍ୟମ ସଂଯୋଜକ ସଦାଶିବ ନାଗ, ଶତ୍ରୁଘନ ଗୌଡ଼, ପ୍ରକାଶ ବୁଦ୍ଧିଆ, ଶ୍ୟାମ ଛତରିଆ ଗୋଲାମୁଣ୍ଡା ବ୍ଲକ ସଭାପତି ଭିକାରି କୁମାର, ଅମର ଦୁର୍ଗା, ପ୍ରେମ ଗୋପାଳ ସାହୁ, ତିଲୋତମା ସାହୁ, ୧୩ଟି ବ୍ଲକ ସଭାପତି ସହିତ ସମଗ୍ର ଜିଲ୍ଲାର ଗାଁ ସାଥି ଭାଇ ଓ ଭଉଣୀ ଉପସ୍ଥିତ ଥିଲେ। ସରକାର ଆମରି କଥା ଶୁଣିବେ ନାହିଁ ବୁଝିବେ ନାହିଁ ଆଗାମୀ ଦିନରେ ରାଜରସ୍ଥାରେ ଓହ୍ଲାଇବୁ ତଥା ହଜାର ହଜାର ସଂଖ୍ୟାରେ ବିଧାନସଭାରେ ଘେରାଉ କରିବୁ ବୋଲି ଗାଁ ସାଥି ମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ପକ୍ଷରୁ ତେତାବନୀ ଦେଇଛନ୍ତି ।

ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!