ସ୍ବାମୀଙ୍କୁ କିଡନୀ ଦେଇ ଜୀଵନ ବଞ୍ଚାଇଲେ ସ୍ତ୍ରୀ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦବାହାଲ ଗ୍ରାମର ମକୁନ୍ଦ କୁମାର ରାଉତଙ୍କୁ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସାନଫୁର୍ଲା ଗ୍ରାମର ପ୍ରମିଳା ରାଉତ ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ଗତବର୍ଷ ମକୁନ୍ଦଙ୍କ ହାତଗୋଡ଼ ଫୁଲିବା ଦେଖିବାକୁ ପାଇଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କିନ୍ତୁ ସ୍ଵାସ୍ଥ୍ୟ ପରୀକ୍ଷାରେ ମକୁନ୍ଦଙ୍କ ୨ଟି କିଡନୀ ଖରାପ ଥିବା ଜାଣିବାକୁ ପାଇଥିଲେ । ଦିନକୁ ଦିନ ମକୁନ୍ଦଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବା ବେଳେ କେତେବେଳେ ମଧ୍ୟ ଜୀଵନ ଚାଲିଯିବାର ଆଶଙ୍କାଥିଲା
ସ୍ୱାମୀଙ୍କ ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ମକୁନ୍ଦଙ୍କ ସ୍ତ୍ରୀ ପ୍ରମିଳା ରାଉତ ମକୁନ୍ଦଙ୍କ ନିଜର ଗୋଟିଏ କିଡନୀ ଦାନ କରିବାକୁ ଆଗଭର ହେଲେ । ପ୍ରମିଳାଙ୍କୁ କିଡନୀ ଦାନ କରିବାକୁ ପରିବାର ଲୋକେ ବାରଣ କରିଥିଲେ । ହେଲେ ମକୁନ୍ଦ ହେଉଛନ୍ତି ସାତ ଜନମର ସାଥି,ଇହକାଲ ପରକାଳର ଦେଵତା ,ତାଙ୍କ ହାତ ଧରିଛି ,ଜୀଇଁବି ତାଙ୍କ ସହିତ ମରିବି ବି ମଧ୍ୟ ତାଙ୍କ ସହିତ ବୋଲି ପ୍ରମିଳା ଉତ୍ତର ରଖିଥିଲେ । ପରେ ଗତ ଫେବୃଆରୀ ୭ ତାରିଖରେ ରାୟପୁର ସ୍ଥିତ ଶ୍ରୀ ମେଡିସାଇନ ଡାକ୍ତରଖାନାରେ ନିଜର ଗୋଟିଏ କିଡନୀକୁ ଦାନ କରିଥିଲେ । ଠିକ କିଡନୀ ଦାନ କରିବାର ଗୋଟିଏ ଦିନ ପରେ ପ୍ରମିଳାଙ୍କ ମାଁଙ୍କ ଦେହାନ୍ତ ହୋଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୋଗୁଁ ମୃତ ମାଁଙ୍କ ଶବକୁ ମଧ୍ୟ ଦେଖି ପାରିଲେନି
ବର୍ତ୍ତମାନ ଉଭୟ ସ୍ୱାମୀ ସ୍ତ୍ରୀ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି
dhramgarh upa khanda ru shyam sundar agrawal akn news


