ଓଡିଶା ଖବର

‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଘାଟିତ

‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଘାଟିତ

ଆଜିଠୁ ୧୧ ମେ’ ଯାଏଁ ଅନୁଷ୍ଠିତ ହେବ ୧୦ ଦିନିଆ ନାଟ୍ୟ କର୍ମଶାଳା

ଭବାନୀପାଟଣା, ୦୨।୦୫ (AKN NEWS): କଳାହାଣ୍ଡିର ଅଗ୍ରଣୀ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ନାଟ୍ୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି ନାଟ୍ୟ କର୍ମଶାଳା ଆଜିଠୁ ଆରମ୍ଭ ହୋଇ ୧୧ ମେ’ ରେ ଉଦଯାପିତ ହେବ। ଏହି ୧୦ ଦିନିଆ କର୍ମଶାଳାରେ ନାଟକ କ୍ଷେତ୍ରରେ ଅଭିଜ୍ଞ ନାଟ୍ୟକର୍ମୀ, ନିର୍ଦ୍ଦେଶକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଅନୁଷ୍ଠିତ ଉଦଘାଟନୀ ପର୍ବରେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ଯୋଗ ଦେଇଥିଲେ। ସେ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ, ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ସହିତ ସେମାନଙ୍କୁ ମଞ୍ଚ ନାଟକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ହିଁ କର୍ମଶାଳାର ଉଦ୍ଦେଶ୍ୟ ବୋଲି କହିଥିଲେ। ଅନୁଷ୍ଠିତ କର୍ମଶାଳାରେ ଯୁବଶିଳ୍ପୀ ଆଲୋକ କୁମାର ସାହୁ, ଶିବଶକ୍ତି ପୁରୋହିତ, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଶାଳିନୀ ମହାପାତ୍ର, ଶ୍ରାବଣୀ ରଥ, ଦୀପ୍ତିମୟୀ ସିଂ, ଅଦିତୀ ନିଶିତା ମିଶ୍ର, ରୋଶନ ନାଏକ, ନମ୍ରତା ନାଏକ, ପ୍ରେମଲାଲ ନାଏକ, ଅବିନାଶ ଅଗସ୍ତି, କାଜଲ ମହାରଣା, ରାହସ ଆରିୟନ ପାତ୍ର, ଅନିଷ୍କା ଠାକୁର, ସୁଧ୍ରିତୀ ଦାସ, ସୌରଭ ମହାପାତ୍ର ପ୍ରମୁଖ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!