ଏଙ୍କର— ଭବାନୀପାଟଣା ସହରସ୍ଥିତ ଟାଉନ ହଲ୍ ଠାରେ “ଭୀମ ଆର୍ମୀ” ଭାରତ ଏକତା ମିଶନ୍ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଭୀମ ଆର୍ମୀ ସଂଗଠନର ଜିଲ୍ଲା ପଦାଧିକାରୀ ମାନେ ଯୋଗଦାନ କରିଥିଲେ। ଏହି ଅବସରରେ ଭୀମ ଆର୍ମୀ ରାଜ୍ୟ ସଭାପତି ଧୀମାନ୍ ଲଙ୍କେଶ ରାବଣ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜାତୀୟ ସଂଯୋଜକ ରାକେଶ କୁମାର ଯୋଗଦାନ କରିଥିଲେ।ବୈଠକ ପ୍ରାରମ୍ଭରେ ମୂଖ୍ୟ ଅତିଥିଙ୍କ ସମେତ ନିମନ୍ତ୍ରିତ ଅତିଥି ମାନେ ମହାକାରୁଣୀକ ତଥାଗତ ବୁଦ୍ଧ ଓ ବହୁଜନ ସମାଜରେ ଜନ୍ମ ଗ୍ରହଣ କରିଥିବା ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବୈଠକରେ ଚନ୍ଦ୍ରକାନ୍ତି ବୌଦ୍ଧ ରାଜ୍ୟ ମହିଳା ସଭାନେତ୍ରୀ, ଭୀମ ଆର୍ମୀ ରାଜ୍ୟ ଉପସଭାପତି ଆଶିଷ ରଞ୍ଜନ ନାଏକ, ରାଜ୍ୟ ମହାସଚିବ ଜଗଜ୍ଜୀବନ କୁମାର,ଚିନ୍ନିଲାଲ ମିର୍ଜା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ, ଭୈରବ ଜେନା, କୋରାପୁଟରୁ ମମତା ମାଢୀ ମାଢୀ,ପ୍ରମୁଖ ମଞ୍ଚସୀନ ଥିଲେ । ବୈଠକକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପୂର୍ବରୁ ଜିଲ୍ଲା ସଭାପତି ଶ୍ରୀ ସମର୍ଲିଆଙ୍କ ମଞ୍ଚ ପରିଚାଳନାରେ ପ୍ରଫେସର୍ ଅରକ୍ଷିତ ମଲ୍ଲିକ , ନିହାର ରଞ୍ଜନ ସାମଲ “ଓଡିଶାରେ ବହୁଜନ ସମାଜର ରାଜନୈତିକ ଭବିଷ୍ୟତ” ସମ୍ପର୍କରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ବୈଠକକୁ ଓଡିଶା ପ୍ରଦେଶ ଅଧ୍ୟକ୍ଷ ଉଦଘାଟନ କରିବା ପରେ ନିହାଲ ସିଂ, ଅନୀଲ ମଲ୍ଲିକ, ଚିତ୍ତରଞ୍ଜନ ନାଏକ, ଧନଞ୍ଜୟ ଦୀପ ଆଗାମୀ ଦିନରେ ଓଡ଼ିଶାରେ ଭୀମ ଆର୍ମୀ ଓ ଆଜାଦ୍ ସମାଜ ପାର୍ଟିର ମୂଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଙ୍କ ନେତୃତ୍ୱକୁ କିପରି ସମଗ୍ର ରାଜ୍ୟରେ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇ ଅନୁସୂଚିତ ଜାତି ଜନଜାତି ଓବିସି ତଥା ସଂଖ୍ୟାଲଘୁ ସମେତ ଯେକୌଣସି ବର୍ଗର ଶୋଷିତ ନିଷ୍ପେସିତ ଅତ୍ୟାଚାରିତ ଲୋକଙ୍କୁ ସାମ୍ବିଧାନିକ ଅଧିକାର ମିଳି ପାରିବ ସେଥିପାଇଁ କିପରି କାର୍ଯ୍ୟ କରିବାକୁ ପଡିବ ତାଉପରେ ସଂକ୍ଷେପରେ ଆଲୋଚନା କରିଥିଲେ । ବିଶେଷକରି ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଚିନ୍ନୀଲାଲ ମିର୍ଜା ଓ ପ୍ରଦେଶ ଅଧ୍ୟକ୍ଷ ଲଙ୍କେଶ ରାବଣ ଙ୍କ ଓଜସ୍ଵିନୀ ଅଭିଭାଷଣ ଉପସ୍ଥିତ କର୍ମକର୍ତ୍ତା ଙ୍କ ମନରେ ଉତ୍ସାହ ଭରି ଦେଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ମେହେର, ରଶ୍ମି ରଞ୍ଜନ ସୁନା ଗଣପତି ଦେବଦାସ ବାଗ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରାଜ୍ୟ ସମ୍ପାଦକ ବଣ୍ଟି ବାଗ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାର ସମାପ୍ତି ଘୋଷଣା କରିଥିଲେ।

