ସ୍ଲୁଗ – ପତାଞ୍ଜଳି ଯୋଗାକେନ୍ଦ୍ରରେ ଗୁରୁ ଦିବସ ପାଳିତ।

ଖୋର୍ଦ୍ଧା ଜିଲ୍ଲା(AKN NEWS):ଚିଲିକା ବାଲୁଗାଁ ଅଶୋକ ନଗର ସ୍ଥିତ ପତାଞ୍ଜଳି ଯୋଗ କେନ୍ଦ୍ରରେ ଅତି ଧୁମ ଧାମର ସହ ଗୁରୁଦିବସ ପାଳିତ ହୋଇ ଯାଇଛି।ପ୍ରଥମେ ଗୁରୁଙ୍କୁ ସମସ୍ତେ ଗୋଲାପ ପୁଷ୍ପ ଦେଇ ସମ୍ବରଧନା ଜଣାଇ ଥିଲେ। ଏହା ବଦଳରେ ଗୁରୁ ସମସ୍ତଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ।ତା ପରେ ଗୁରୁ ଦିବସ କାହିଁକି ପାଳନ କରାଯାଉଛି ଏବଂ ଅତୀତରେ ଏହା କେବଠାରୁ ଆରମ୍ଭ ହୋଇଥିଲା।
ଓ କାହା ଯୋଗୁ ପ୍ରତ୍ୟକ ବର୍ଷ ସେପ୍ଟେମ୍ବର 5 ତାରିଖରେ ପାଳନ କରାଯାଉଛି. ଏବଂ କଣ ପାଁଇ କରା ଯାଉଛି ତାହା ବିଷୟରେ ପୁଙ୍ଖନୁପୁଙ୍ଖ ଭାଷଣ ଦେଇଥିଲେ. ସଂଘର କିଛି ଭାଇ ଶ୍ଳୋକ ଭାବରେ ପଢ଼ିବାର ଦେଖିବାକୁ ମିଳିଥିଲା। ସଂଘରେ ରହି ପ୍ରତ୍ୟକ ଦିନ ଯୋଗ କରିବା ଦ୍ୱାରା ଶରୀର କଣ ଉର୍ନତି ହୁଏ ତା ବିଷୟରେ କୁହାଯାଇ ଥିଲା। କିଛି ଭାଇ ଭଉଣୀ ଯୋଗ କରିବା ଦ୍ୱାରା ବିନା ଔଷଧ ରେ କେମିତି ସୁସ୍ଥ ଅନୁଭବ କରୁଛନ୍ତି ତା ବିଷୟରେ କୁହ ଯାଇଥିଲା। ଗୁରୁଙ୍କର ସମାଜ ପ୍ରତି ଅବଦାନ କେମିତି ଅନ୍ଧାରରୁ ଆଣି ଆଲୋକିତ ରାସ୍ତା ଦେଖାଇଥାନ୍ତି ତା ବିଷୟରେ କୁହା ଯାଇଥିଲା. ସଂଘରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।ଶେଷରେ ଜଳଯୋଗଣ କ୍ରଯ୍ୟକ୍ରମ ହୋଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଚିଲିକା ବାଲୁଗାଁ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ AKN NEWS


