ଓଡିଶା ଖବର

ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ପାଳିତ

କୁଚିଣ୍ଡା(AKN NEWS):କୁଚିଣ୍ଡା ବ୍ଲକ ଅର୍ଡା ବାହାଲ ସ୍ଥିତ ଯୁକ୍ତ ଦୁଇ ମହିଳା ମହା ବିଦ୍ୟାଳୟରେ ଆଜି କଲେଜ୍ ର ଅଧ୍ୟକ୍ଷ ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେହେର କବିଙ୍କ ସାହିତ୍ୟରେ ଥିବା ପ୍ରକୃତି ବର୍ଣ୍ଣନା ,ମାତୃଭୂମି ଓ ମାତୃଭାଷା ପ୍ରେମର ନିଦର୍ଶନ ସଉଦାହରଣ ଉପସ୍ଥାପନା କରିଥିଲେ ।ଝାରସୁଗୁଡ଼ା ଜିଲ୍ଲାର ସାମାଜିକ କର୍ମୀ ଓ କବି ପ୍ରେମ ସାଗର ହେହେରିଆ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମେହେରଙ୍କ ଉତ୍କଳ ଲକ୍ଷ୍ମୀ କାବ୍ୟ ଉପରେ ଚର୍ଚ୍ଚା କରିଥିଲେ । ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଉତ୍କଳ ସାହିତ୍ୟ ସମାଜ ର ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ପ୍ରେମ ସାଗର ଦାସ,ଫାସିମାଲ୍ ଆଞ୍ଚଳିକ କଲେଜର ଇଂରେଜୀ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର , ଅଲେଖ କୁମାର ପତି, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମେହେର ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଛାତ୍ରୀ ମାନଙ୍କ ମଧ୍ୟରୁ ସୁଶ୍ରୀ ବର୍ଷ ମୁଣ୍ଡା , ଓ ସୁପ୍ରିୟା ଗଡ ନାୟକ ଭାଷଣ ଦେଇଥିଲେ । ସର୍ବ ପ୍ରଥମେ ମା ସମଲେଇ ଓ ସ୍ଵଭାବ କବି ଙ୍କ ତୈଳ ଚିତ୍ର ରେ ମୁଖ୍ୟ ଅତିଥି ଓ ଅତିଥି ଗଣ ପୁଷ୍ପ ମାଲ୍ୟ ଦେଇ ନଢିଆ ଭାଙ୍ଗି ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ ।ସଭା ଶେଷରେ ଉପସ୍ଥିତ ଛାତ୍ରୀ ଗଣ ସମସ୍ତ ଅତିଥି ଓ ଅଧ୍ୟାପକ ମାନଙ୍କୁ ରାକ୍ଷୀ ପିନ୍ଧାଇ ,ମିଠା ଖୁଆଇ ଥିଲେ ।ଶେଷରେ ଓଡ଼ିଆ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ ଧନ୍ୟାବଡ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ , ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନୟକ ,ଅଧ୍ୟାପିକା ଶୁନିମା ନାଏକ ପ୍ରମୁଖ ପରିଚାଳନା କରିଥିଲେ ।ଛାତ୍ରୀ ଗଣ ମେହେର ସଙ୍ଗୀତ ମଧ୍ୟ ଗାନ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!