ଓଡିଶା ଖବର

ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା ଅନୁଷ୍ଠିତ।

ପୁରୀ(AKN NEWS):ରଥଯାତ୍ରାରେ ସ୍ୱଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ।ବର୍ଷ ପରେ ବର୍ଷ ସେମାନେ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ରଖି ଶ୍ରଦ୍ଧାଳୁ ମାନଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଉଲ୍ଲେଖନୀୟ ସେବା ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅନୁରୋଧ କରିଛନ୍ତି।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ହୋଇଥାଏ।ତେଣୁ ସମସ୍ତେ ମିଳି ମିଶି ଚଳିତ ରଥଯାତ୍ରା କୁ ସଫଳ କରିବାକୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସ୍ୱଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ରୁ ପ୍ରଭୁ ଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର ରଥଯାତ୍ରା ସମୟରେ ଏକୁଟିଆ ପ୍ରଶାସନ ବା ପୋଲିସ ଲକ୍ଷ ଲକ୍ଷ ସଂଖ୍ୟା ରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇବା ସମ୍ଭବ ନୁହେଁ।ଏଥିପାଇଁ ସ୍ୱଛାସେବୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ମହାପ୍ରଭୁଙ୍କ ସେବା ବୋଲି ଅନୁଭବ କରି ଆମେ ମିଳିମିଶି କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ଡିଆଇବି ଅତିରିକ୍ତ ଏସପି ଦେବୀ ପ୍ରସାଦ ପ୍ରତାପ,ଅତିରିକ୍ତ ଏସ ପି ସଚିନ ପଟେଲ,ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ,ସିଡିଏମଓ ଡା ରୂପଭାନୁ ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ଜିଏମ ୱ୍ବାଟକୋ ବିକ୍ରମ ରାଉତ,ସଚିନ ପଟେଲ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କ ସହ ପ୍ରତ୍ୟେକ ବିଭାଗର ସୁସମନ୍ୱୟ ସେବା କାର୍ଯ୍ୟ ରେ ସହାୟକ ହେବ ବୋଲି କହିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ସ୍ୱଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବା କୁ ଅନୁରୋଧ କରିଥିଲେ।ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା,ଷ୍ଟେଚର ସେବା,ରକ୍ତ ଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଞ୍ଚନ, ରାସ୍ତା ଘାଟ ପରିଷ୍କାର,ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡ ରୁ ବୁଲା ଗାଈଗୋରୁ ଓ ଷଣ୍ଢ କୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦି କୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟ କୁ ବିଭିନ୍ନ ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସର ଙ୍କ ତତ୍ତ୍ୱ।ବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ। ଯେଉଁ କ୍ଷେତ୍ରରେ ଯେଉଁ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ। ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ପ୍ରଦାନ କରିଥିଲେ।ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିବିଧ ପ୍ରସ୍ତାବ ମାନ ଦେଇଥିଲେ।ଶେଷରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!