ଓଡିଶା ଖବର

ସ୍ୱରାଜ୍‌ ହସ୍‌ପିଟାଲ୍‌ ନାଁରେ ସାଂଘାତିକ ଅଭିଯୋଗ : ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ

ସ୍ୱରାଜ୍‌ ହସ୍‌ପିଟାଲ୍‌ ନାଁରେ ସାଂଘାତିକ ଅଭିଯୋଗ : ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ

 

ବଲାଙ୍ଗିର,(AKN NEWS) :ଗର୍ଭବତୀ ମହିଳାଙ୍କୁ ସିଏସ୍‌ କରିବା ପରେ ଚିକିତ୍ସାରେ ଅବହେଳା କରି ମୃତ୍ୟୁ ମୁଖକୁ ଠେଲିଦେଲା ବଲାଙ୍ଗିର ସ୍ୱରାଜ୍‌ ହସ୍‌ପିଟାଲ୍‌ । ଏକଥା ଆମେ କହୁନୁ, ନିଜ ଭଉଣୀଙ୍କୁ ଅକାରଣେ ହରାଇଥିବା ଜଣେ ବଡ଼ ଭଉଣୀ କହୁଛନ୍ତି । କେବଳ ସେ ମିଡ଼ିଆ ସାମ୍ନାରେ କହିନାହାନ୍ତି, ବଲାଙ୍ଗିର ସଦର ଥାନାରେ ମଧ୍ୟ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି । ରାଉରକେଲାରୁ ଆସିଥିବା ପ୍ରମୋଦିନୀ କୁମ୍ଭାର ବଲାଙ୍ଗିର ସଦର ଥାନା ସାମ୍ନାରେ କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀ ବେଲପଡ଼ା ଥାନା ମଣ୍ଡଳ ଗ୍ରାମର ଝିଅ ତଥା ପାଟଣାଗଡ଼ର ବୋହୁ ଶ୍ରଦ୍ଧାଂଜଳି ମହାନନ୍ଦ(୨୩) ବଲାଙ୍ଗିର ସ୍ୱରାଜ ହସ୍‌ପିଟାଲ୍‌ରେ ଗତ ୧୨ ତାରିଖ ଦିନ ଠାରୁ ଆଡ଼୍‌ମିଟ୍‌ ହୋଇଥିବା ବେଳେ ସିଏସ୍‌ ପରେ ତାଙ୍କ ଗର୍ଭରୁ ଏକ ସୁସ୍ଥ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ହେଲେ ସିଏସ୍‌ ପରେ ଶ୍ରଦ୍ଧାଂଜଳିଙ୍କ ଅବସ୍ଥା ଜଟିଳ ହୋଇପଡ଼ିଥିଲା । ଦୀର୍ଘ ଛ’ ଦିନ ଧରି ସୁସ୍ଥ ହୋଇ ଆସୁଥିବାର ବାହାନା ଦେଖାଇ ସ୍ୱରାଜ ହସ୍‌ପିଟାଲ୍‌ର ଡାକ୍ତରମାନେ ଶ୍ରଦ୍ଧାଂଜଳିଙ୍କ ପରିବାର ବର୍ଗଙ୍କୁ ମିଛ ଆଶ୍ୱାସନା ଦେଇ ଆସୁଥିବା ବେଳେ ଶ୍ରଦ୍ଧାଂଜଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହୋଇପଡ଼ୁଥିଲା । ଆଇସିୟୁ ଭିତରେ ପେସେଣ୍ଟଙ୍କୁ ରଖି ପରିବାର ଲୋକଙ୍କୁ ତାଙ୍କ ପାଖରେ ରହିବାକୁ ଦେଇ ନଥିଲେ ଡାକ୍ତରଖାନା କର୍ମଚାରୀମାନେ ଏବଂ ପରିବାରବର୍ଗଙ୍କୁ ମିଛ ଆଶ୍ୱାସନା ଦେଇ ଆସୁଥିଲେ । ଏପରିକି ଶ୍ରଦ୍ଧାଂଜଳି ୨ ଦିନ ଧରି ବେହୋସ ଥିବା ଅବସ୍ଥା ଦେଖି ବଡ଼ ଭଉଣୀ ଡାକ୍ତରମାନଙ୍କୁ କହିବାରୁ ତାଙ୍କୁ ନିଦ ଔଷଧ ଦିଆଯାଇଥିବା ଡାକ୍ତର କୁଆଡେ଼ କହିଥିଲେ ବଡ଼ ଭଉଣୀଙ୍କୁ ବୋଲି ଅଭିଯୋଗରେ କୁହାଯାଇଛି । ଶ୍ରଦ୍ଧାଂଜଳିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ଅବନତି ଘଟିବା ସତ୍ୱେ ଅଧିକ ଚିକିତ୍ସା ପାଇଁ ଅନ୍ୟ କୌଣସି ଡାକ୍ତରଖାନାକୁ ତାଙ୍କୁ ପଠାଇବାକୁ ବାରଣ କରୁଥିଲେ ସ୍ୱରାଜ ହସ୍‌ପିଟାଲ୍‌ କତୃପକ୍ଷ ବୋଲି ମଧ୍ୟ ଅଭିଯୋଗ କରାଯାଉଛି । ଅନ୍ୟମାନଙ୍କ ସହଯୋଗରେ ପୁଣି ଚାପ ପକାଇବା ପରେ ଆଜି ଶ୍ରଦ୍ଧାଂଜଳିଙ୍କୁ ଆଇସିୟୁରୁ ବାହାର କରିବା ବେଳେ ଶ୍ରଦ୍ଧାଂଜଳିଙ୍କ ମୁହଁ ହାତ ଫୁଲି ସାରିଥିଲା ଏବଂ ସେ ମୃତ୍ୟୁବରଣ କରି ସାରିଥିଲେ ବୋଲି ଶ୍ରଦ୍ଧାଂଜଳିଙ୍କ ବଡ଼ ଭଉଣୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!