ଓଡିଶା ଖବର

ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ 

କନ୍ଧମାଳ, (ଏକେଏନ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ ଶିବରାମ ପ୍ରଧାନୀ ଙ୍କ ନେତୃତ୍ୱରେ ଶନିବାର ଠାରୁ ଆରମ୍ଭ ହୋଇଛି l ଏହି ଅବସରରେ ରୀତିନୀତି ଅନୁଯାଇ ନିୟମିତ ପୂଜାର୍ଚନା ଚାଲୁ ରହିଛି l ମଙ୍ଗଳବାର ସକାଳ ୯ ଘଣ୍ଟରୁ ନାମଯଜ୍ଞ ଆରମ୍ଭ ହୋଇଛି l ଅପରାହ୍ନରେ ଦେବତା ମହାସ୍ନାନ, ମଧ୍ୟ ରାତ୍ରୀରେ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l

ଏଥିରେ ପୁରୋହିତ ଭାବେ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ରାମକୃଷ୍ଣ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ଓ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ l କର୍ତ୍ତା ଭାବେ ଲୋକନାଥ ପାଢ଼ୀ, ମଦନ ମୋହନ ପାଢ଼ୀ ଓ ପ୍ରମୋଦ କୁମାର ସାହୁ (ମୁନା) ନିଜ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ l ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

୧୯ ତାରିଖ ବୁଧବାର ଦିନ ସକାଳ ୯ ଘଣ୍ଟ ରୁ କର୍ମାରମ୍ଭ, ଦେବତା ନଗର ଭ୍ରମଣ, ଶୁଭଲଗ୍ନରେ ଦେବତା ସିଂହାସନ ଆରୋହଣ, ଘୃତଯଜ୍ଞ ପୂର୍ଣ୍ଣାହୁତି ଏବଂ ନାମଯଜ୍ଞ ପୂର୍ଣାହୁତି, ନଗର କିର୍ତ୍ତନ ସହ ଦ୍ୱିତୀୟ ଦିନ ପାଇଁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଣୁ ଅଞ୍ଚଳବାସୀ ଉକ୍ତ ଧର୍ମୀୟ କାର୍ଯ୍ୟକ୍ରମରେ ତନ, ମନ, ଧନ ପ୍ରଦାନ ପୂର୍ବକ ଭକ୍ତି କୃପା ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏକେଏନ ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!