ଓଡିଶା ଖବର

ହରଘର ତିରଙ୍ଗା କାର୍ଯ୍ୟକ୍ରମ ରେ ସମସ୍ତେ ସାମିଲ ହୁଅନ୍ତୁ।

ପୁରୀ ୧୧/୮(AKN NEWS): ସ୍ୱାଧୀନତା ପ୍ରତ୍ୟେକ ନାଗରିକ ଙ୍କ ପାଇଁ ଏକ ବିରାଟ ଉପଲବ୍ଧି।ସ୍ୱାଧୀନତା ର ୭୮ ବର୍ଷ ଅବସରରେ କୃତଜ୍ଞ ଦେଶବାସୀ ତିରଙ୍ଗା କୁ ସମ୍ମାନ ଜଣାଉଛନ୍ତି। ହରଘର ତିରଙ୍ଗା ନାମରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଉତ୍ତୋଳନ ସହ ଆମ ଦେଶର କୌଣସି ନାଗରିକ ନିଜକୁ ଗୌରବ ଆଣିପାରିବେ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।ଜିଲ୍ଲାର ପ୍ରତ୍ୟେକ ନାଗରିକ ନିଜସ୍ଵ ଗୃହରେ ଜାତୀୟ ପତାକା ସମ୍ମାନ ର ସ୍ଥାନିତ କରିବାକୁ ଅନୁରୋଧ କରିଛନ୍ତି।

ପୁରୀ ଜିଲ୍ଲା ରେ ଆଜି ଅପରାହ୍ନ ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅଭ୍ୟାସ ପରେଡ ଆରମ୍ଭ ହୋଇଛି।୪୬ ଟି ପ୍ଲାଟୁନ ଆଜି ଅଭ୍ୟାସ ରେ ସାମିଲ ହୋଇଥିଲେ।ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏହି ପରେଡ ଅନୁଷ୍ଠିତ ହୋଇଥିଲା।ପରେ ପରେ ସମସ୍ତ କ୍ୟାଡେଟ ଓ ଉପସ୍ଥିତ ଅଧିକାରୀ ମାନେ ତିରଙ୍ଗା ପତାକା ଧରି ଜୟ ହିନ୍ଦ ନାରା ଦେଇ ଦେଶ ପ୍ରୀତି ର ପ୍ରଦର୍ଶନ କରିଥିଲେ।ସେହିପରି କାନଭାସରେ ହରଘର ତିରଙ୍ଗା ଓ ଜୟ ହିନ୍ଦ ଲେଖିବା ସହ ସେଲଫି ଉଠାଇ www.harghartiranga.com

ରେ ଫଟୋ ଅପଲୋଡ଼ କରି ସାର୍ଟିଫିକେଟ ଡାଉନଲୋଡ କରିଥିଲେ।ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ର ସହ ପତାକା ଉତ୍ତୋଳନ ସହ ସେଲଫି ଉଠାଇ harggartiranga.com ରେ ଅପଲୋଡ଼ କରି ଏହି ଅଭିଯାନରେ ସାମିଲ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!