ହରିଶଙ୍କର ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ରେ ଦଶହରାପୂଜାନୋତ୍ସବ ମହାସମାରୋହରେ ସମ୍ପନ୍ନ।

ପାଟଣାଗଡ଼ (AKN NEWS): ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ଦୈବୀ ମନ୍ଦିର ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ଦଶହରା ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି। ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ଠାରୁ ପଞ୍ଚ ବାଦ୍ୟ ଘଣ୍ଟ ଶଙ୍ଖ ଧ୍ୱନି ସହ ଏକ ଶୋଭାଯାତ୍ରାରେ ବାହାରି ହରିଶଙ୍କର ପାପନାଶିନୀ ଝରଣା ରୁ ପାଣି ଆଣି ମାଁ ବିନ୍ଧ୍ୟ ବାସିନୀ ମନ୍ଦିରରେ ପୂର୍ଣ୍ଣ କଳସ ସ୍ଥାପନ ସହ କରାଯାଇଥିଲା। ପରେ ଦୈବୀ ଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ସ଼ହ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଓ ସିଦ୍ଧି ପୂଜା କରାଯାଉଥିଲା ।ପରେ ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ସହ ପାଶ୍ଵ ଦେବାଦେବୀ ଭୈରବ , ବନଦୂର୍ଗା,ତୁର୍ଲେନବୁଢୀ,ଡଙ୍ଗରବୁଢା ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇଥିଲା । ଭୈରବ ଙ୍କ ପାଖରେ ବୋଦା ବଳି ଦିଆଯାଉଥିଲା। ଏଥିରେ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ତାଙ୍କ ଧର୍ମପତ୍ନୀ କଲାବତୀ ବରିହା ପୂଜା କର୍ତ୍ତା ଭାବରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ମନ୍ଦିର ପୂଜକ ଟଙ୍କଧର ବରିହା ପୂଜାର୍ଚ୍ଚନା କାର୍ଯ୍ୟ ନିର୍ବାହୀ କରିଥିଲେ।ଆଶ୍ଵିନ କୃଷ୍ଣପକ୍ଷ ବିଜୟା ଦଶମୀ ତିଥିରେ ହରିଶଙ୍କର ସ୍ଥିତ ଗାଡ଼ି ଷ୍ଟେଣ୍ଡ ପଡ଼ିଆରେ ଲାଖ୍ ବିନ୍ଧା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ଠାରେ ଚଢା ହୋଇଥିବା ଏକ ନଡିଆ କୁ ପ୍ରାୟ ୧୦୦ ମିଟର ଦୁରରେ ବନ୍ଧାଯାଇଥିଲା । ଏଥିରେ ବିଂଝାଲ ସମାଜ ର ବ୍ୟକ୍ତି ବିଶେଷ ଧନୁଶର ଧରି ଲାଖ ବିନ୍ଧି ଥିଲେ। ଭୃଷିବାଞ୍ଜି ଗାଁ ର ବୁଡୁ ବରିହା ଲାଖ ବିନ୍ଧି ଥିଲେ। ଶ୍ରୀ ବରିହା ଫୁଲମାଳ ଓ ଉତ୍ତରୀୟ ଦେଇ ସସମ୍ମାନେ ମାଁ ବିନ୍ଧ୍ୟ ବାସିନୀ ମନ୍ଦିରକୁ ପାଛୋଟି ନିଆଯାଇଥିଲା। ମାଁ ଙ୍କ ଠାରେ ଅନ୍ନ ଭୋଗ ଲଗାଯିବା ପରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ପରିଚାଳନା କମିଟି ସଭାପତି ମିନକେତନ ବରିହା, ବ୍ଳକ ଉପସଭାପତି କେଶବ ବରିହା, ଶଶିକାନ୍ତ ବରିହା, ବିରଞ୍ଚି ବରିହା,ବିମଲ ବରିହା,ଯଦୁମଣି ବରିହା, ହୃଷୀକେଶ ବରିହା,ବଳ ବରିହା,ପୁଟୁଲୁ ବରିହା,ଟିକେଶ୍ଵର ବରିହା , କିଶୋର ବରିହା,ଉଦ୍ଧବ ବରିହା,ନିଲାମ୍ବର ବରିହା, ଗନ୍ଧର୍ବ ବରିହା,ଧଣ୍ଡାମୁଣ୍ଡା ପଞ୍ଚାୟତ ସଭାପତି ଲମ୍ବୋଦର ବରିହା,ଜରଜରିଆ ବରିହା,ପିଛାଲୁ ବରିହା , ଜିଲ୍ଲା ପତ୍ର ବାହକ ମିଲୁ କମଲିଆ ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା ସହଯୋଗ କରିଥିବା ବେଳେ ଶତାଧିକ ମହିଳ ପୁରୁଷ ଭକ୍ତ ଯୋଗଦେଇଥିଲେ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


