ସର୍ବ ଭାରତୀୟ କଲାସାଧକ ସଙ୍ଗମ ରେ ପଶ୍ଚିମ ଓଡିଶା ସଂସ୍କାର ଭାରତୀ କଳାକାର ମାନଙ୍କର କଳା ପ୍ରଦର୍ଶନ l

(AKN NEWS): ସର୍ବ ଭାରତୀୟ କଳା ସାଧକ ସଙ୍ଗମ ପାଳନ ଅବସରରେ କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନ ସଂସ୍କାର ଭାରତୀ ଦ୍ୱାରl କର୍ଣ୍ଣାଟକ ପ୍ରଦେଶର ବାଙ୍ଗାଲୁର ସହର ସ୍ଥିତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଆଶ୍ରମ ପରିସରରେ ଫେବୃଆରୀ ତା 01.02.24 ରୁ 04.02.24 ରିଖ ମଧ୍ୟରେ ସମଗ୍ର ଭାରତ ବର୍ଷ ର ପ୍ରତ୍ୟେକ ରାଜ୍ୟ ରୁ ପାଞ୍ଚ ହଜାର କଳାକାର ଙ୍କର ଭବ୍ୟ କଳା ପ୍ରଦର୍ଶନ କ୍ରିୟା ସମାପନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ତର୍ଜାତୀୟ ପ୍ରଶିଦ୍ଧି ଲାଭ କରିଥିବା ଲୋକଗିତ ଗାୟିକା ପଦ୍ମଶ୍ରୀ ମାଳିନୀ ଅଗସ୍ତି ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିଥିବା ବେଳେ ମହାଭାରତ ର ଶ୍ରୀକୃଷ୍ଣ ଭୂମିକା ନିଭେଇ ଥିବା ବିଖ୍ୟାତ କଳାକାର ନୀତିଶ ଭାରଦ୍ୱାଜ ସଂମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ଏବଂ ଉଦଯାପନୀ ଦିବସ ରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସର ସଙ୍ଘଚାଳକ ଡ଼. ମୋହନ ଭାଗବତ ଯୋଗଦାନ କରି କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ l
ଏହି ଅବସରରେ ଆୟୋଜିତ ଭବ୍ୟ ରଙ୍ଗମଞ୍ଚ ରେ ପ୍ରତ୍ୟେକ ପ୍ରଦେଶର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କଳାକାର ମାନେ ନିଜ ନିଜ ଅଂଚଳର ଆଞ୍ଚଳିକ ଲୋକ ଗୀତ, ନୃତ୍ୟ, ନାଟକ, ଝୋଟି, ରଙ୍ଗୋଲି, ଚିତ୍ରକଳା ପ୍ରଦର୍ଶନ କରିଥିଲେ l ଏହି ସର୍ବଭାରତୀୟ ଭବ୍ୟ କାର୍ଯ୍ୟକ୍ରମ ରେ ଉତ୍କଳ ପଶ୍ଚିମ ପ୍ରାନ୍ତ ର ସଂସ୍କାର ଭାରତୀ ପରିବାର ରୁ 40 ଜଣ କଳାକାର ଯୋଗଦାନ କରି ନିଜସ୍ୱ କଳା ପ୍ରଦର୍ଶନ କରିଥିଲେ ଏବଂ ସମରସାତ ଶୋଭାଯାତ୍ରା ରେ କଳାହାଣ୍ଡି ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀ ଙ୍କର ପ୍ରଶିଦ୍ଧ ଛତର ଯାତ୍ରା ର ଦୃଶ୍ୟ,ଘୁମୁରା ଓ ସଂକୀର୍ତନ ବାଦ୍ୟ ପ୍ରଦର୍ଶନ କରି ସମସ୍ତ ଙ୍କର ମନମୋହି ନେଇଥିଲେ l ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ଅଧକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର, ମହାମନ୍ତ୍ରୀ ଗଦାଧର ବାରିକ,ଉପାଧ୍ୟକ୍ଷ ଜୟନ୍ତ ମହାରଣା,କୋଷାଧକ୍ଷ ଉମେଶ ଚନ୍ଦ୍ର ପଣ୍ଡା ସହକୋଷଧ୍ୟ୍ୟ ସୁରେନ୍ଦ୍ର ନେଗୀ, ମାତୃଶକ୍ତି ସଂଯୋଜିକା ଜ୍ୟୋତି ରାଣୀ ଦାସ, ରଙ୍ଗୋଲି ପ୍ରମୁଖ ସଂଯୁକ୍ତା ସା, ଜିଲ୍ଲା ସଭାପତି ଭାଗିରଥି ବେହେରା, ଖିରୋଦ ପାତ୍ର, ପ୍ରମୋଦ ପରିଡା, ମାନସ ପଣ୍ଡା, ଓଁ ପ୍ରକାଶ, କ୍ଷୀରଶିନ୍ଧୁ ଭୋଇ , ସୌରଭ ମହାପାତ୍ର,ଆଲୋକ ସାହୁ ,ପ୍ରସନ୍ନ ଗୌଡ଼ ଙ୍କ ସମେତ ଅନ୍ୟ କଳାକାର ମାନେ କଳା ପ୍ରଦର୍ଶନ କରି ପଶ୍ଚିମ ଓଡିଶା ର ସୁନାମ ଅର୍ଜନ କରିଛନ୍ତି l
ବ୍ୟୁରୋ ରିପୋର୍ଟ AKN NEWS


