ହାତୀବନ୍ଧାରେ ୪୮ତମ କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା,ପାରମ୍ପରିକ ନୃତ୍ଯକଳାକୁ ପ୍ରାଧାନ୍ଯ

ନୂଆପଡ଼ା,(AKN NEWE):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଠାରେ ଚଳିତ ବର୍ଷ ୪୮ତମ କୁମାରୋତ୍ସବ ଗଜଲକ୍ଷ୍ମୀ ପୂଜା ସ୍ଥାନୀୟ ମେହେର ସମାଜ ତରଫରୁ ଆୟୋଜିତ ହେଉଛି। ଗୁରୁବାର ଭବ୍ଯ କଳସ ଶୋଭାଯାତ୍ରା ମାଧ୍ଯମରେ ଅଭିମଂତ୍ରିତ ଜଳ ଆଣି ମଣ୍ତପରେ ସ୍ଥାପନ କରାଗଲା ପରେ ଅଧିବାସ କାର୍ଯ୍ଯ ଅନୁଷ୍ଠିତ ହୋଇ ପୂଜା ଆରମ୍ଭ ହୋଇଥିଲା।ଆକର୍ଷଣୀୟ ମୂର୍ତ୍ତି ଓ ତୋରଣ ନିର୍ମାଣ ସହ ଲାଇଟ ସାଜସଜ୍ଜାକୁ କମିଟୀ ଗୁରୁତ୍ୱ ଦେଇଛି। ବିଶେଷ ଭାବରେ ସାଂସ୍କୃତିକ କାର୍ଯ୍ଯକ୍ରମରେ ପାରମ୍ପରିକ ପୌରାଣିକ ଓ କାଳ୍ପନିକ କଥାବସ୍ତୁ ଆଧାରିତ ନାଟ୍ଯକଳାକୁ ପ୍ରାଧାନ୍ଯ ଦିଆଯାଇଥିବା ଦେଖିବାକୁ ମିଳିଛି ା ପୂଜାର ବିଭିନ୍ନ ଦିବସର ସଂଧ୍ଯା ଓ ରାତ୍ରିକାଳୀନ ସାଂସ୍କୃତିକ କାର୍ଯ୍ଯକ୍ରମରେ ଘଣ୍ଟଦଳ, ଭଜନ ସଂଧ୍ଯା, କୃଷ୍ଣଗୁରୁ ପାର୍ଟି, ପୌରାଣିକ ଓ କାଳ୍ପନିକ ନାଟକ, ଦଣ୍ତନୃତ୍ଯ ଆଦି ପାରମ୍ପରିକ ନୃତ୍ଯକଳା ପରିବେଷଣ କରାଯାଉଥିବା କମିଟୀର ସଭାପତି ଧବଳେଶ୍ୱର ମେହେର ଓ ସଂପାଦକ ଡୋଳାମଣି ମେହେର ସୂଚନା ଦେଇଛନ୍ତି। 
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ AKN NEWS