ଓଡିଶା ଖବର

୧୧ ତମ ଇଣ୍ଟେରଣସନଲ ଯୋଗ ଦିବସ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ରେ ଧୁମ ଧାମ ରେ ପାଳିତ

ଭବାନୀପାଟଣା(AKN NEWS):ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପକ୍ଷରୁ ଆନ୍ତର୍ଜାତିକ ତିକ ଯୋଗ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଯଳିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ହାଇସ୍କୁଲ୍ ଶିକ୍ଷକ ତ‌ଥା ଯୋଗ ପ୍ରଶିକ୍ଷକ ରମାକାନ୍ତ ପାଢ଼ୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶ୍ରୀ ପାଢ଼ୀଙ୍କ ମାର୍ଗ ଦର୍ଶନରେ ସାମୂହିକ ଯୋଗ କରିଥିଲେ | ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ସାହୁ, ହେନା ଫାତମା, ରାମଚନ୍ଦ୍ର ମିଶ୍ର, ବିପ୍ଳବ ଘୋଷ, , ମନୋଜ ସାହୁ, ଭବାନୀ ବାଗ, ନିରୁପମା ନାୟକ, ସୁଶୀଲ ବୁଦ୍ଧିଆ, ନୀତେଶ ସିଂ, ଓଁ ସାମଲ,ହରେକୃଷ୍ଣ ଡାଂଗ,ମଧୁସ୍ମିତା ସେନାପତି,ସୁପ୍ରଭା ଶୁଭଦର୍ଶନୀ,ପ୍ରତିଭା ମେହେର ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!