ଓଡିଶା ଖବର

୨୧ ତାରିଖ ଭାରତ ବନ୍ଦ ପାଇଁ ପ୍ରସ୍ତୁତି ବୈଠକ।

(AKN NEWS): ସଇଁତଳା ବ୍ଲକ ସଇଁତଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆସନ୍ତା ୨୧ ତାରିଖ ଭାରତ ବନ୍ଦ କୁ ସଇଁତଳା ରେ ବନ୍ଦ ପାଳନ କୁ ସମର୍ଥନ କରିବା ପାଇଁ ଆଦିବାସୀ ଦଳିତ ଏକତା ସଂଘ ସଇଁତଳା ବ୍ଲକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ନିକଟରେ ମାନ୍ୟବର ସୁପ୍ରିମ କୋର୍ଟ ସରକାରୀ ଚାକିରୀ ରେ ଅନୁସୂଚିତ ଜାତି ଓ ଜନ ଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗିକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ। ତେବେ କୋର୍ଟ ର ଏହି ରାୟ ପରେ ସମଗ୍ର ଦେଶ ରେ ଭାରତ ବନ୍ଦ ପାଇ ବିଭିନ୍ନ ଦଳିତ ଆଦିବାସୀ ସଂଘ ମାନେ ଆସନ୍ତା ୨୧ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ତେବେ ସଇଁତଳା ରେ ଏହାର ସମର୍ଥନ କରିବା ପାଇଁ ଦଳିତ ଏକତା ସଂଘ ସଇଁତଳା ବ୍ଲକ ସଭାପତି ପ୍ରିତିଶାଗର ମହାନନ୍ଦଙ୍କ ସଭାପତିତ୍ବ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ଆସନ୍ତା ୨୧ ତାରିଖ ରେ ସଇଁତଳା ରେ ଶାନ୍ତିପୂର୍ଣ୍ଣ ଭାବେ ଭାରତ ବନ୍ଦ କୁ ସମର୍ଥନ କରିବା ପାଇଁ ନିଷ୍ପତି ନିଆଯାଇଥିଲା କାର୍ଯ୍ୟକ୍ରମ ରେ ସଂଘ ର ଆବାହକ ସୋନ୍ତୋଷ ପୁଟା ସମେତ ମନେଶ ସୁନା,ଦେବହରି ଛତ୍ରିଆ, କନ୍ଦର୍ପ ସିଂ ଭୋଇ, ଗିରିଧାରୀ ମାଝୀ, ପ୍ରମିଳା ଭୋଇ, ହେମକାନ୍ତ ମୁନା, ମହନ ନାଏକ, ଭିକାରୀ ଭୋଇ, ଶେଷଦେବ ଛତ୍ରିଆ, ଯୁଗାନ୍ତର ଶାଗର, ଚମନ ଭୋଇ, କିଶୋର ଭୋଇ, ସଦାଶିବ ଭୋଇ,ନରେନ୍ଦ୍ର ଭୋଇ, ଗରିବ ଶାଗର, ଉଦେଶ ନାଗ ଓ ବସନ୍ତ ବିଭାର ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!