ଓଡିଶା ଖବର

ପୁରୀ ରେ ସମବାୟ ରଥର ଶୁଭାରମ୍ଭ

ପୁରୀ ରେ ସମବାୟ ରଥର ଶୁଭାରମ୍ଭ
ପୁରୀ,(ଏକେଏନ୍ ନ୍ୟୁଜ୍ ) ୧୪/୧୧:
୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ସମବାୟ ବିଭାଗ ପୁରୀ ବିଭାଜନ ପକ୍ଷରୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଦୁଇଟି ସମବାୟ ରଥର ଶୁଭାରମ୍ଭ କରାଯାଇଛି।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସମବାୟ ଆନ୍ଦୋଳନ କୁ ଆହୁରି କ୍ରିୟାଶୀଳ କରିବାରେ ଏହା ସହାୟକ ହେବ ବୋଲି କହିଥିଲେ।ଆମ ରାଜ୍ୟ ଓ ଦେଶର ଅର୍ଥନୀତି କୁ ସୁଦୃଢ କରିବାରେ ସମବାୟ ର ବଡ ଯୋଗ ଦାନ ରହିଛି।ଏହା ଆହୁରି ଅଧିକ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ଏହି ରଥ ଜିଲ୍ଲାର ସମସ୍ତ ୧୧ ଗୋଟି ବ୍ଲକ ପରିକ୍ରମଣ କରି ଲୋକ ଙ୍କୁ ସଚେତନ କରିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର କୁମାର ଛୋଟରାୟ, ଯୁଗ୍ମ ନିବନ୍ଧକ ତଥା ଭାରପ୍ରାପ୍ତ ଉପ ନିବନ୍ଧକ ରୁଦ୍ର ପ୍ରସାଦ ଦାସ, ସମ୍ପାଦକ ସାରଥୀ ଶତପଥୀ ଓ ଏଆରସିଏସ ସ୍ୱରୂପ କୁମାର କର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!