ଓଡିଶା ଖବର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଭିନ୍ନକ୍ଷମ ସ୍ବାବଲମ୍ବୀ ହୁଅନ୍ତୁ ପାରା ସ୍ପୋର୍ଟସକୁ ଗୁରୁତ୍ଵ।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଭିନ୍ନକ୍ଷମ ସ୍ବାବଲମ୍ବୀ ହୁଅନ୍ତୁ
ପାରା ସ୍ପୋର୍ଟସକୁ ଗୁରୁତ୍ଵ।
ପୁରୀ(୩/୧୨/୨୩): ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇ ଯାଇଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ।ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ଶ୍ରୀ କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭିନ୍ନକ୍ଷମ ମାନେ ନିଜକୁ କୌଣସି କ୍ଷେତ୍ରରେ ନ୍ୟୁନ ମନେ ନ କରି ସ୍ବାବଲମ୍ବୀ ହେବା ପାଇଁ ପ୍ରୟାସ କରିବା ଉଚିତ୍ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ପ୍ର୍ତୋଟକୋଲ )ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର କ୍ରୀଡା କ୍ଷେତ୍ରରେ ଦିବ୍ୟଙ୍ଗ ମାନଙ୍କ ପାଇଁ ଅଧିକ ସୁବିଧା ସୃଷ୍ଟି ହେବା ଆବଶ୍ୟକ ବୋଲି କହିଥିଲେ।ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଭିନ୍ନକ୍ଷମ ମାନଙ୍କ ଜୀବନଜୀବିକା ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଚି ସେ ସମ୍ପର୍କରେ ଜିଲ୍ଲା ପ୍ରୋଯେକ୍ଟ ମ୍ୟାନେଜମେଣ୍ଟ ୟୁନିଟ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ସୂଚନା ଦେଇ ଥିଲେ।ଅନ୍ୟତମ ଅତିଥି ଭାବେ ଜିଲ୍ଲା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଭିନ୍ନକ୍ଷମ ପିଲାଟିକୁ ବଡ କରି ସମାଜରେ ପରିଚିତ କରାଇବାରେ ପିତା ମାତାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ପ୍ରଶାଶନ ତରଫରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ବିବାହ କାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ଓ ହୂଇଲ ଚେଆର୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍ପେଶାଲ ସ୍କୁଲ(ଭିନ୍ନକ୍ଷମ ମାନଙ୍କ ପାଇଁ ସୋତନ୍ତ୍ର ସ୍କୁଲ) ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ୍ କରାଯିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!