ଓଡିଶା ଖବର
ଦଶପୁର ରେ ଛାତରୁ ଖସି ନାବାଳକ ଗୁରୁତର

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଦଶପୁର ସ୍ଥିତ ଏକ ଘରର ଛାତରୁ ଖସି ନାବାଳକ ଗୁରୁତର। ସୂଚନା ଥାଉକି ଦଶପୁର ଗ୍ରାମର ବିମଳ ସେଠୀ ନାମକ ଜଣେ ନାବାଳକ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଛାତକୁ ଖେଳିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଛାତରୁ ଖସି ଗୁରୁତର ହୋଇଥିଲେ। ଛାତରୁ ଖସି ଯିବା ଫଳରେ ଲୁହା ରଡ଼ ଟି ପେଟ ର ଆର ପାର ହୋଇ ଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଲୟ କୁ ଡାକ୍ତର ସ୍ଥାନାନ୍ତର କରିଥିଲେ. ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଉପସ୍ଥିତ ରହି ସହଯୋଗ କରିଥିଲେ।
dhramgarh upa khanda ru shyam sundar agrawal akn news


