ଓଡିଶା ଖବର

ପୁରୀରେ ନୂଆ ଓ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତିଯୋଗିତା ଶୁଭାରମ୍ଭ।

ପୁରୀ ୭/୨(AKN NEWS): ପିଲା ମାନଙ୍କ କ୍ରୀଡା ପ୍ରତିଭା ର ବିକାଶ ପାଇଁ ରାଜ୍ୟ ସରକାର ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି।ଯାହା ଫଳରେ ପିଲା ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରା ଯାଇପାରୁଛି ବୋଲି କ୍ରୀଡା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ। ପୁରୀ ଜିଲ୍ଲା ସ୍କୁଲ ପରିସରରେ ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ନୂଆ ଓ ଖୋଖୋ ପ୍ରତିଯୋଗିତା।ଏହାକୁ ଉଦଘାଟନ କରି କ୍ରୀଡା ନିର୍ଦ୍ଦେଶକ ଶ୍ରୀ ଦାସ ନୂଆ ଓ ଏକ ଅଭିନବ ଓ ସୁନ୍ଦର ପଦକ୍ଷେପ।ଏହା ଦ୍ବାରା ଆମ ରାଜ୍ୟର ବିଭିନ୍ନ କ୍ରୀଡାବିତ ଉପକୃତ ହୋଇପାରୁଛନ୍ତି ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପୁରୀ ମାଟିରେ ନୂଆ ଓ କାର୍ଯ୍ୟକ୍ରମ ର ଅଂଶବିଶେଷ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତିଯୋଗିତାର ଆୟୋଜନ ପାଇଁ ସରକାରଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ଏହା ଦ୍ବାରା କ୍ରୀଡା ରେ ଋଚି ରଖୁଥିବା ପିଲାମାନେ ଉତ୍ସାହିତ ହେବେ ବୋଲି କହିଥିଲେ।ଜିଲ୍ଲା ସୂଚନାଯୋଗ୍ୟ ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ରାଜ୍ୟ ଖୋଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର

ଖୋଖୋ କ୍ରୀଡ଼ାରେ ଓଡ଼ିଶାର ଅବଦାନ ବେଶ ପ୍ରଶଂସନୀୟ।ଓଡିଶା ବିଗତ ବର୍ଷ ମାନଙ୍କରେ ଜାତୀୟ ସ୍ତରରେ ଚମ୍ପିୟାନ ଓ ରନର୍ସ ଅପ ହେବାର ଗୌରବ ଅର୍ଜନ କରିଛି।ବର୍ତ୍ତମାନ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ରୀଡ଼ାର ବିକାଶ ସହ କ୍ରୀଡାବିତ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ କହିଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରତିଯୋଗିତାର ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ।କ୍ରୀଡା ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରବୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା।ଜିଲ୍ଲା ସ୍ତରର ଶ୍ରେଷ୍ଠ ଦଳ ମାନ ଙ୍କୁ ସାମିଲ କରାଯାଇ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା।୩୦ଟି ପୁରୁଷ ଓ ୩୦ଟି ମହିଳା ଦଳ ଏଥିରେ ଯୋଗ ଦେଇଛନ୍ତି।ଏହି ପ୍ରତିଯୋଗିତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ସମସ୍ତ ପ୍ରତିଯୋଗୀ ଙ୍କୁ ବୃନ୍ଦାବତୀ ନିବାସ ରେ ରଖାଯିବା ସହ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ଖେଳ ପଡିଆକୁ ନେବା ଆଣିବା କରାଯାଇଛି।ଏହି ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨ଲକ୍ଷ ଟଙ୍କା, ଦ୍ୱିତୀୟ ଦଳକୁ ୧ ଲକ୍ଷ ଟଙ୍କା, ତୃତୀୟ ଏବଂ ଚତୁର୍ଥ ଦଳ ଙ୍କୁ ୫୦ ହଜାର ଟଙ୍କା ଓ ଶ୍ରେଷ୍ଠ ଖେଳାଳୀ ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ।

ଆଜିର ମ୍ୟାଚ ରେ ପୁରୁଷ ବର୍ଗରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ଗଞାମ, ଅନଗୁଳ, ଯାଜପୁର, ଗଜପତି, ଝାରସୁଗୁଡା, ବଲାଙ୍ଗୀର ଓ ଢେଙ୍କାନାଳ ଜିଲ୍ଲା ବିଜୟୀ ହୋଇଛନ୍ତି।ସେହିପରି ମହିଳା ବର୍ଗରେ ଅନଗୁଳ, ରାୟଗଡ଼,

ଢେଙ୍କାନାଳ, ମାଲକାନଗିରି, ନୟାଗଡ଼, କନ୍ଧମାଳ, ସମ୍ବଲପୁର, ବରଗଡ଼, ବାଲେଶ୍ଵର ଓ ଗଞ୍ଜାମ ଜିଲ୍ଲା ର ପ୍ରତିଯୋଗୀ ମାନେ ବିଜୟୀ ହୋଇଛନ୍ତି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!