ଓଡିଶା ଖବର
5000 ଚ୍ୟାଲେଞ୍ଜରର୍ସ କୁ ପରାସ୍ତ କରି ଫାଇନାଲ୍ ରେ କଳିଙ୍ଗ ୱାରରିଅର୍ଶ l

(AKN NEWS): ଚଳିତ ମାସ 4 ତାରିଖ ରୁ ଆରମ୍ଭ ହୋଇଥିବା ଦେଓମାଳ ପ୍ରିମିୟର ଲିଗ Session- 2 ର ପ୍ରଥମ ଦଳ ଭାବେ କଳିଙ୍ଗ ୱାରରିଅର୍ଶ,5000 ଚ୍ୟାଲେଞ୍ଜରର୍ସ କୁ ପରାସ୍ତ କରି ଫାଇନାଲ୍ ରେ ପ୍ରବେଶ କରିଛି l କଳିଙ୍ଗ ୱାରରିଅର୍ଶ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭର୍ ରେ 9 ୱିକେଟ ବିନିମୟରେ 103 ରନ୍ ସଂଗ୍ରହ କରିଥିଲା 104 ରନ୍ ର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆ କୁ ବ୍ୟାଟିଂକରିବାକୁ ଆସିଥିବା 5000ଚ୍ୟାଲେଞ୍ଜରର୍ସ ନିର୍ଦ୍ଧାରିତ 8 ଓଭର୍ ରେ ମୂଲ୍ୟବାନ 5 ୱିକେଟ ହରାଇ ବିନିମୟରେ 88 ରନ୍ ସଂଗ୍ରହ କରିପରାଜୟ ହୋଇଥିଲା ଏବଂ କଳିଙ୍ଗ ୱାରରିଅର୍ଶ 15 ରନ୍ ରେ ବିଜୟ ହାସଲ କରିଥିଲା l ଏବଂ ଏହି ମ୍ୟାଚ ରେ 5000 ଚ୍ୟାଲେଞ୍ଜରର୍ସ ର ପ୍ରଶାନ୍ତ ଯିଏ କି 2 ଓଭର୍ ବୋଲିଂ କରି 12 ରନ୍ ବିନିମୟରେ କଳିଙ୍ଗ ୱାରରିଅର୍ଶ ର ମୂଲ୍ୟବାନ 5 ଗୋଟି ୱିକେଟ ଅକ୍ତିୟାର କରିଥିଲେ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି l
ଆଳି ରୁ ବିଶ୍ୱଜିତ ସୂତାର ଙ୍କ ରିପୋଟ AKN NEWS


