ସାତକମା ଉଚ୍ଚ ପ୍ରାଥମିକବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ସଭା ଓ ଶସ୍ତ୍ରିଯି ଙ୍କ ତିରୋଧାନ ଦିବସ ପାଳନ

ସାତକମା ଉଚ୍ଚ ପ୍ରାଥମିକବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ସଭା ଓ ଶସ୍ତ୍ରିଯି ଙ୍କ ତିରୋଧାନ ଦିବସ ପାଳନ
କୁଚିଣ୍ଡା:୧୧/୧: କୁଚିଣ୍ଡା ଉପଖଣ୍ଡର ଏକ ପୁରାତନ ଶିକ୍ଷାନୁଷ୍ଠାନ କୁଚିଣ୍ଡା ସହର ତଳି ସାତକମା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ଗ୍ରାମବାସୀ ଅନ୍ତ ଭିଡ଼ି ଥିବା ଜନ ଯାଇଛି ।ଏଥି ପାଇଁ ଦୁଇ ଥର ପୁରାତନ ଛାତ୍ର ସଂଘ ଓ ଅଭିଭାବକ ,ଅଭିଭାବକ ତଥା ଶିକ୍ଷା ପ୍ରେମୀ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଆଜି ପ୍ରଧାନ ଶିକ୍ଷକ ସୁରଭି ନାଏକ ଙ୍କ ଆବାହକତ୍ୱ ପରିଚାଳନା କମିଟି ସଭାପତି ମନୋଜ ଭଞ୍ଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଳିତ ବୈଠକରେ ହୀରକ ଜୟନ୍ତୀ ପାଳନ କମିଟି ଗଠିତ ହୋଇ ଯାଇଛି । ଏହି କମିଟିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଙ୍କୁ ସଭାପତି, ଶିକ୍ଷକ କୋଶଳେଶ୍ୱର ଖର୍ସେଲ ସମ୍ପାଦକ ତଥା ସଂଯୋଜକ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି ।ଏହି କମିଟି କୁ ତୃତୀୟ ବୈଠକ ବୁଧୁବାର ଦିନ ସମ୍ପ୍ରସାରିତ କରାଯିବ ବୋଲି ଜନା ଯାଇଛି । ଆସନ୍ତା ମାସ ଷୋହଳ ତାରିଖ ଦିନ ଏହି ଉତ୍ସବ କୁ ମହା ସମାରୋହରେ ପାଳିତ ହେବ ବୋଲି ଜନ ଯାଇଛି । ସଭା ପ୍ରର।ଭରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ତିରୋଧାନ ଦିବସ ଉପଲକ୍ଷେ ତାଙ୍କ ତୈଳ ଚିତ୍ର ରେ ମଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ ଅତିଥି ଓ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ବକ୍ତା ଭାବରେ ଯୋଗ ଦେଇ ଶାନ୍ତିର ଦୂତ ସସ୍ତ୍ରିଯି ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ ।ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଜୟ ପୁରୀ , ବେଣୁ ଧର ନାଏକ ,ଅଭୟ କୁମାର ପଟେଲ,ସତ୍ୟ ନାରାୟନ ନାଏକ, ରାମକୃଷ୍ଣ ପଟେଲ, ବିପିନ ବିହାରୀ ନାୟକ , ଗଜେନ୍ଦ୍ର ସାଥୁଆ, ନିର୍ମଳ ସାହୁ,ଲାଲ ଟେନ୍ଦୁ ପଟେଲ,ମାମିତ ଦେହୁରୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅନନ୍ତ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।


