ଅନନ୍ୟ

ଡଙ୍ଗଘାଟ ରେ ମଲିକ ବଂଶିୟ ଗଣ୍ଡ ସମାଜ ପକ୍ଷରୁ ସୂ ମାତଳାବୁଢ଼ାଦେଓ ପୌଷ ଯାତ୍ରା ପାଳିତ।

ଡଙ୍ଗଘାଟ ରେ ମଲିକ ବଂଶିୟ ଗଣ୍ଡ ସମାଜ ପକ୍ଷରୁ ସୂ ମାତଳାବୁଢ଼ାଦେଓ ପୌଷ ଯାତ୍ରା ପାଳିତ।

କଳାରାଶି ଓ ଗୁଆ ଘିଅରେ ବଡଦେଓ ଙ୍କ ଗନସନ ପଦ୍ଧତି ମଲ୍ଲିକ ବଂଶିୟ ଗଣ୍ଡ ସମାଜ ଏକ ନିଆରା ପରମ୍ପରା ପୌଷ ଯାତ୍ରା।

ପାଟଣାଗଡ ବଲାଙ୍ଗୀର ବ୍ଳକ ଡଙ୍ଗା ଘାଟ ଗ୍ରାମରେ ଗଣ୍ଡ ସମାଜ ମଲ୍ଲିକ ବଂଶିୟ ପକ୍ଷରୁ ସମାଜର ଆରାଧ୍ୟା ଇଷ୍ଟଦେବତା ବୁଢ଼ାଦେଓ ଏବଂ ବାଉଁରି ଛତର ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ଯାତ୍ରା ପାଳିତ ହୋଇ ଆସୁଅଛି । ଖଳା ପୂଜା ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ୮- ୧ ୨୦୨୫ ବୁଧବାର ଉପବାସ ଓ ରାତି ୮ ରେ ମାଁ ଅନ୍ନପୂର୍ଣ୍ଣା ଙ୍କ ପୂଜାର୍ଚ୍ଚନା ହୋଇ ଆବାହନ କରାଯାଇଥିଲା। ଏହି ଦିଆ ଦେହେଲିଆ କୁମୁରା ଛତ୍ରିଆ ପରଗନିଆଙ୍କ ମନ୍ତ୍ର ପାଠ ଓ ଘଣ୍ଟ ଶଙ୍ଖ ଧ୍ୱନି ସହ ମାଁ ବୁଢ଼ାଦେଓ ଙ୍କ ପୂର୍ବ ବିଧି ଅନୁଯାୟୀ କଳାରାଶି ଓ ଗୁଆ ଘିଅରେ ବଡଦେଓ ଙ୍କ ଗନସନ କରାଯାଇଥିବା ବେଳେ କଳାରାଶି ଓ ଗୁଆ ଘିଅରେ ଗନସନ ପଦ୍ଧତି ମଲ୍ଲିକ ବଂଶିୟ ଗଣ୍ଡ ସମାଜ ର ଏକ ନିଆରା ପରମ୍ପରା ରହିଛି। ଗୁରୁବାର ସକାଳ ୭ ଘଣ୍ଟା ସମୟରେ ବଡଦେଓ ,ଛତର କାଉଁରୀ ବରୁଆ ଦେହରେ ଆର୍ଵିଭାବ ହୋଇ ଦୁଲୁଦୁଳି ବାଜା ସହ ଗ୍ରାମ ପରିକ୍ରମା କରିବାସହ ଭକ୍ତମାନଙ୍କର ଦୁଃଖ ଦୂର କରିଥାନ୍ତି। ପରେ ଅଧିଆ ପଡିଥିବା ମାନସିକ ଧାରି ମାନେ ମନୋସ୍କାମନା ପୁରଣ ହୋଇଥିବା ରୁ ସେମାନ ବଡଦେଓ ଙ୍କ ପୌଷ ଯାତ୍ରା ରେ ବୋଦା ଧରି ଆସିଥାନ୍ତି। ଏହି ଯାତ୍ରା ପୂଜାର ରୀତିନୀତି ନୂତନ ଭାବେ ଖଳା ମାଡିଥିବା ମଲିକ ବଂଶିୟ ଭାଇ ମାନେ ପର୍ବ ପରମ୍ପରା ଅନୁସାରେ ପୂଜା ସାମଗ୍ରୀ ଓ ବୋଦା ଧରି ଆସିଥାନ୍ତି। ବଡଦେଓ ଛତର ବାଉଁରୀ ଭକ୍ତ ମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିଥାନ୍ତି ବୋଲି ତେଣୁ ଏହି ଆସ୍ଥା ଓ ବିଶ୍ୱାସ ରହିଛି।ମାନସିକ ଧାରି ମାନେ ନିଜ ନିଜର ମାନସିକ ନେଇ ମାଁ ଙ୍କ ଠାରେ ଅଧିଆ ପଡନ୍ତି । ଆରାଧ୍ୟା ଦେବତା ବଡ଼ଦେଓ ଓ ଛତର ବାଉଁରୀ ଙ୍କୁ ପୌଷ ଯାତ୍ରା ରେ ପୂଜାର୍ଚ୍ଚନା କଲେ ଏକତା ଅଖଣ୍ଡତା ବଜାୟ ସାଙ୍ଗକୁ ମନୋକାମନା ପୁରଣ କରିଥାନ୍ତି । ଯାତ୍ରା ର ଶେଷ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା।ବଡଦେଓ ଓ ଛତର ବାଉଁରୀ ଯାତ୍ରା ଗ୍ରାମ ପରିକ୍ରମା ସମୟରେ ଗ୍ରାମର ପ୍ରତି ଘରେ ଦୀପ କଳସ ବସାଇ ପାଦ ଧୋଇ ପୂଜା କରିଥାନ୍ତି । ପରେ ସଭାପତି ଖସିରାମ ମଲ୍ଲିକ ଓ ସଂପାଦକ ସୁରଥ ମଲ୍ଲିକ ତତ୍ତ୍ୱାବଧାନରେ ଏକ ଭାତ୍ରୂମିଳନ, କୃପା ଭିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର,ବରଗଡ, ସମ୍ବଲପୁର, କଲାହାଣ୍ଡି,ବଉଦ, ନୂଆପଡ଼ା ଫୁଲବାଣୀ କନ୍ଧମାଳ ଆଦି ୯ ଗୋଟି ଜିଲ୍ଲା ରୁ ମଲ୍ଲିକ ବଂଶିୟ ଗଣ୍ଡ ସମାଜ ଶତାଧିକ ମହିଳା ପୁରୁଷ ଯୋଗଦେଇଥିବା ବେଳେ ଏହି ପରିପ୍ରେକ୍ଷୀରେ ମଲ୍ଲିକ ବଂଶିୟ ୪ ଖଣ୍ଡ ଗାଁ ର ଗୌନ୍ତିଆ ଡଙ୍ଗା ଘାଟ କରୁଣା ସାଗର ମଲ୍ଲିକ,ଭାଲୁପିଟା ପବିତ୍ର ମଲ୍ଲିକ ,ରେଙ୍ଗଟାସିଲ ,ପିଲାତିମହୁଲ ଙ୍କ ସହ ସାମ୍ବାଦିକ ଲଲିତ ମଲ୍ଲିକ ଙ୍କୁ ଉପଢୌକନଦେଇ ସମ୍ମାନିତ କରାଯାଇଥିଲା । ପରେ ମଲ୍ଲିକ ବଂଶିୟ ସମାଜ ପକ୍ଷରୁ ବୃଦ୍ଧ ବୃଦ୍ଧା ମାନଙ୍କୁ ଶିତ ବସ୍ତ୍ର ବଣ୍ଟନ କରାଯାଇଥିଲା।ଏଥିରେ ଭିଷ୍ମ ମଲ୍ଲିକ, କାମରାଜ ମଲ୍ଲିକ, ରାହାସ ବିହାରି ମଲ୍ଲିକ, ବିଶ୍ଵନାଥ ମଲ୍ଲିକ, ଦିଲ୍ଲିପ ମଲ୍ଲିକ, କୁଶଧ୍ୱଜ ମଲ୍ଲିକ, ରଘୁନାଥ ମଲ୍ଲିକ, ମହେନ୍ଦ୍ର ମଲ୍ଲିକ,ନାରଦ ମଲ୍ଲିକ, ଭାଷ୍କର ମଲ୍ଲିକ, ଜନାର୍ଦ୍ଦନ ମଲ୍ଲିକ, ଧ୍ରୁବ ଚରଣ ମଲ୍ଲିକ ଙ୍କ ସମେତ ମଲ୍ଲିକ ବଂଶିୟ ଗଣ୍ଡ ସମାଜ ର ସମସ୍ତ ସଦସ୍ୟ ସଦସ୍ୟା, କର୍ମକର୍ତ୍ତା ସହଯୋଗ କରିଥିଲେ। ସୁରଥ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!