ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଉଦ୍ଘାଟନ । ସତ୍ୟଜିତ ପ୍ରଧାନ ଏବଂ ଭାରଦ୍ୟୁଆଜ୍

ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଉଦ୍ଘାଟନ । ସତ୍ୟଜିତ ପ୍ରଧାନ ଏବଂ ଭାରଦ୍ୟୁଆଜ୍ ଦାରିଙ୍ଗବାଡ଼ି,୧୧/୧(AKN News),ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ଉଦ୍ଘାଟନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ମୁଖ୍ୟ ବକ୍ତା ଭାବେ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ , ସ୍ଵତନ୍ତ୍ର ଅତିଥି ଭାବେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ ପଟ୍ଟନାୟକ ସହିତ
ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଯାକବ ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ଦୀପିକା ମାଝୀ, ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ଯୋଗଦେଇ କାର୍ଯ୍ୟକ୍ରମର ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ବିଡିଓ ତଥା କାର୍ଯ୍ୟକ୍ରମର ସମ୍ପାଦକ ପ୍ରିତିରଞ୍ଜନ ରଥ, ତହସିଲଦାର ଶରତ ଶବର ଅତିଥିମାନଙ୍କୁ ଫୁଲ ତୋଡ଼ା ଏବଂ ଅଙ୍ଗ ଵସ୍ତ୍ର ପ୍ରଦାନ କରି ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ , ଲିଜା ସାହୁ ସଂଯୋଜନା କରି ଥିଲେ । ଥାନା ଅଧିକାରୀ କନକ ମାଝୀ ଙ୍କ ନେତୃତ୍ୱରେ ସୁରକ୍ଷା କୁ କଡ଼ାକଡ଼ି କରାଯାଇଥିଲା। ପରେ ସୌରଭ ଭାରଦ୍ଵାଜ୍ ଭଜନ ଏବଂ ସତ୍ୟଜିତ ପ୍ରଧାନଙ୍କ ବିଭିନ୍ନ ଆଧୁନିକ ଗୀତରେ ଝୁମିଲେ ଦର୍ଶକ ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।
